Posts

Showing posts from December, 2019

ପୃଥିବୀର ଦ୍ଵିତୀୟ ଉଚତମ ହନୁମାନ ପ୍ରତିମୂର୍ତି ,ହନୁମାନ ମନ୍ଦିର ,ଦମନଯୋଡି,କୋରାପୁଟ .।

Image
                                        ଓଡିଶାର ପୁର ପଲ୍ଲୀରେ ଅନେକ ମନ୍ଦିର ରହିଛି। ସ୍ଥାପତ୍ୟ ଓ ମୃଣ୍ମୟ କଲା କ୍ଷେତ୍ରରେ  ଭାରତକୁ ଓଡିଶାର ଅବଦାନ ଅତୁଳନୀୟ  । ଅତୀତରେ ଭାରତୀୟ କାରିଗର ମାନେ ସେମାନଙ୍କ କଳା ଓ ଷ୍ଟପତ୍ୟର ନମୁନା କୋଣାର୍କ,ରାଜରାଣୀ,ପୁରୀ ଜଗନ୍ନାଥ ମନ୍ଦିର ଏବଂ ଓଡିଶାର ପୁରା ପଲ୍ଲୀରେ ପ୍ରଦର୍ଶନ କରିଛନ୍ତି  । ସେମାନଙ୍କ କଳା ନୈପୁଣ୍ୟତlରେ   ଭାରତୀୟ ସଂସ୍କୃତି ସମୃଦ୍ଧ ହୋଇଅଛି  । ସେହି ଧାରାକୁ ବଜାୟ ରଖି ଆଧୁନିକ ଓଡିଶାରେ ମଧ୍ୟ ଏମିତି ଅନେକ ମନ୍ଦିର ଓ ସ୍ଥାପତ୍ୟ ନିର୍ମାଣ ହେଉଛି ,ଯାହାକୁ ଦେଖି ,ଆମକୁ ଓଡିଆ ବୋଲି ଗର୍ବ ଅନୁଭବ ହୁଏ ।                               ଏଭଳି ଏକ ନୈପୁଣ୍ୟତା ପ୍ରଦର୍ଶନ ମିଳେ ଆଦିବାସୀ ଅଧ୍ୟୁଷିତ  କୋରାପୁଟ ଜିଲ୍ଲାର ଦମନଯୋଡି ଠାରେ । ଏଠାରେ  ଅବସ୍ଥିତ ହନୁମାନ ମନ୍ଦିର କେବଳ ଭାରତରେ ନୁହ ସାରା ପୃଥିବୀର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ  ଅଧିକାର କରିଛି । ଏହା ଆମ ମାନଙ୍କ ପାଇ କମ ଗୌରବର କଥା ନୁହ  । ଦମନଯୋଡି କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୨୭ କିଲୋ ମିଟର ଦୂରରେ ଅବସ୍ଥିତ ଏକ ଛୋଟ ସହର ।            ଏଠାରେ ଅବସ୍ଥାପିତ ଗଗନସ୍ତୁମ୍ବୀ ବୀର ହନୁମାନକ ବିଶାଳ ପ୍ରତିମୂର୍ତିର ଏକ ସ୍ଵତନ୍ତ୍ରତା ରହିଛି । ସେଠାରେ ଅବସ୍ଥାପିତ ମହାବୀର ହନୁମାନଙ୍କ ପ୍ରତିମୂର୍ତି ବିଶ୍ଵ ରେ   ଦ୍ଵିତୀୟ ଉଚ୍ଚତ୍ତମ ପ୍ରତିମୂର୍ତ