ପୃଥିବୀର ଦ୍ଵିତୀୟ ଉଚତମ ହନୁମାନ ପ୍ରତିମୂର୍ତି ,ହନୁମାନ ମନ୍ଦିର ,ଦମନଯୋଡି,କୋରାପୁଟ .।

                                       

ଓଡିଶାର ପୁର ପଲ୍ଲୀରେ ଅନେକ ମନ୍ଦିର ରହିଛି। ସ୍ଥାପତ୍ୟ ଓ ମୃଣ୍ମୟ କଲା କ୍ଷେତ୍ରରେ  ଭାରତକୁ ଓଡିଶାର ଅବଦାନ ଅତୁଳନୀୟ  । ଅତୀତରେ ଭାରତୀୟ କାରିଗର ମାନେ ସେମାନଙ୍କ କଳା ଓ ଷ୍ଟପତ୍ୟର ନମୁନା କୋଣାର୍କ,ରାଜରାଣୀ,ପୁରୀ ଜଗନ୍ନାଥ ମନ୍ଦିର ଏବଂ ଓଡିଶାର ପୁରା ପଲ୍ଲୀରେ ପ୍ରଦର୍ଶନ କରିଛନ୍ତି  । ସେମାନଙ୍କ କଳା ନୈପୁଣ୍ୟତlରେ   ଭାରତୀୟ ସଂସ୍କୃତି ସମୃଦ୍ଧ ହୋଇଅଛି  । ସେହି ଧାରାକୁ ବଜାୟ ରଖି ଆଧୁନିକ ଓଡିଶାରେ ମଧ୍ୟ ଏମିତି ଅନେକ ମନ୍ଦିର ଓ ସ୍ଥାପତ୍ୟ ନିର୍ମାଣ ହେଉଛି ,ଯାହାକୁ ଦେଖି ,ଆମକୁ ଓଡିଆ ବୋଲି ଗର୍ବ ଅନୁଭବ ହୁଏ ।
                              ଏଭଳି ଏକ ନୈପୁଣ୍ୟତା ପ୍ରଦର୍ଶନ ମିଳେ ଆଦିବାସୀ ଅଧ୍ୟୁଷିତ  କୋରାପୁଟ ଜିଲ୍ଲାର ଦମନଯୋଡି ଠାରେ । ଏଠାରେ  ଅବସ୍ଥିତ ହନୁମାନ ମନ୍ଦିର କେବଳ ଭାରତରେ ନୁହ ସାରା ପୃଥିବୀର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ  ଅଧିକାର କରିଛି । ଏହା ଆମ ମାନଙ୍କ ପାଇ କମ ଗୌରବର କଥା ନୁହ  । ଦମନଯୋଡି କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୨୭ କିଲୋ ମିଟର ଦୂରରେ ଅବସ୍ଥିତ ଏକ ଛୋଟ ସହର ।
           ଏଠାରେ ଅବସ୍ଥାପିତ ଗଗନସ୍ତୁମ୍ବୀ ବୀର ହନୁମାନକ ବିଶାଳ ପ୍ରତିମୂର୍ତିର ଏକ ସ୍ଵତନ୍ତ୍ରତା ରହିଛି । ସେଠାରେ ଅବସ୍ଥାପିତ ମହାବୀର ହନୁମାନଙ୍କ ପ୍ରତିମୂର୍ତି ବିଶ୍ଵରେ  ଦ୍ଵିତୀୟ ଉଚ୍ଚତ୍ତମ ପ୍ରତିମୂର୍ତି ଅଟେ । ଏହାର ଉଚ୍ଛତା ୧୦୮ ଫୁଟ ଅଟେ । ଏହି ବିଶାଳ ପ୍ରତିମୂର୍ତି ଦେଖିବାକୁ ମଧ୍ୟ ଅତ୍ୟନ୍ତ ମନୋରମ ଅଟେ ।

                 ମନ୍ଦିରର କରୁକର୍ଜ୍ୟ ଅତ୍ୟନ୍ତ ଆକର୍ଷଣୀୟ ଅଟେ । ମନ୍ଦିରର ଦେହରେ ଖୋଦିତ କଳାକୃତି ଖୁବ ଉଚକୋଟିର । ମନ୍ଦିରର ଚତୁପାର୍ଶ୍ଵ  ଏକ ମନୋରମ ଉଦ୍ୟାନ ଅବସ୍ଥିତ ।ଏଠାର ସବୁଜ ଘାସର ଗାଲିଚା ପର୍ଯ୍ୟଟକଙ୍କ ମନକୁ ଅନନ୍ଦରେ  ଭରିଦିଏ । ବିଭିର୍ନ ପ୍ରକାର ଫୁଲ ଗଛ ଦ୍ଵାରା ପରିବେଷ୍ଟିତ ଉଦ୍ୟାନଟି ବହୁତ ସୁନ୍ଦର ଦେଖାଯାଏ । ବଗିଚାର ସ୍ଥାନେ ସ୍ଥାନେ ହରିଣ ,ଭାଲୁ ଏବଂ ଗାଈ ମାନଙ୍କ ମୂର୍ତି ଦେଖିବାକୁ ଜୀବନ୍ତ ଦେଖା ଯାଏ, ଯେଉଁଠି ପର୍ଯ୍ୟଟକ ମାନେ ଫୋଟୋ ଉତ୍ଥଳନ କରି ସେହି ସୁନ୍ଦର ଅନୁଭୂତିକୁ ଚିରସ୍ଥାୟୀ କରିବାକୁ ପ୍ରୟାସ କରିଥାନ୍ତି । ଏଠାରେ ଅବସ୍ଥିତ ଏକ କୃତିମ ଜଳ ଧାରା ମନକୁ ଉଲ୍ଲାସିତ କରେ ।
      ମନ୍ଦିରର ପରିଚାଳନା ବ୍ୟବସ୍ଥା ସୁବ୍ୟବସ୍ଥିତ ଢଙ୍ଗରେ ପରଚଳିତ ହୁଏ । ମନ୍ଦିରରେ ପ୍ରବେଶ ପାଇ କୌଣସି ଟିକେଟର ଆବଶ୍ୟକତା ନାହି । ମନ୍ଦିରରେ ଭକ୍ତ ମାନଙ୍କ ପାଇ ଅର୍ନଭୋଗର ବ୍ୟବସ୍ତା ରହିଛି । ଦୂରଦୂରାନ୍ତ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକ ଏଠାରେ ପ୍ରସାଦ ସେବନ କରିପାରିବେ ।
       ଏହି ସହରରେ ଏହା ବ୍ୟତୀତ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଏଠାରେ ଅବସ୍ଥିତ NALCO କାରଖାନା ,ସାଇବାବା ମନ୍ଦିର ,ରୋଜ ଗାର୍ଡେନ ଏତ୍ୟାଦି ଅନେକ ସ୍ଥାନ ପର୍ଯ୍ୟଟକ ମାନେ  ଦେଖି ପାରିବେ । 

Comments

Popular posts from this blog

ଇତିହାସର ମୁକ ସାକ୍ଷୀ,କୋରାପୁଟର ସୁବାଇ ଜୈନ ମନ୍ଦିର

ସ୍ଵାଧୀନତା ସଂଗ୍ରାମରେ ପାପଡାହାଣ୍ଡିର ବୀରତ୍ଵ ପୂର୍ଣ ବଳିଦାନ

ଶାବର ସଂସ୍କୃତିର ପ୍ରତୀକ ,ସାବର ଶ୍ରୀକ୍ଷେତ୍ର ,କୋରାପୁଟ