ଇତିହାସର ମୁକ ସାକ୍ଷୀ,କୋରାପୁଟର ସୁବାଇ ଜୈନ ମନ୍ଦିର
କୋରାପୁଟ ଜିଲ୍ଲାରେ ଅନେକ ଐତିହାସିକ ସ୍ଥାନ ରହିଛି । ଏହା ସର୍ବଧର୍ମ ସମଭାବର ଏକ ପ୍ରତୀକ ଅଟେ । ଏଠାରେ ବିଭିର୍ଣ ଧର୍ମାବଲମ୍ବି ଲୋକମାନେ ବସ କରନ୍ତି ଏବଂ ବିଭିର୍ଣ ଧର୍ମର ଉପାସନା ସ୍ଥଳୀ ଦେଖାଯାଏ । ଜୈନ ଧର୍ମ ସହ କୋରାପୁଟର ସ୍ଵତନ୍ତ୍ର ସମ୍ପର୍କ ରହିଛି । କୋରାପୁଟ ଜିଲ୍ଲାର ବିଭିର୍ଣ ସ୍ଥାନରେ ଜୈନ ଧର୍ମର ଉପାସନା ସ୍ଥଳୀ ମାନ ଦେଖାଯାଏ ।
ଏଭଳି ଏକ ଜୈନ ଉପାସନା ସ୍ଥଳୀ ଦେଖାଯାଏ କୋରାପୁଟ ଠାରୁ ପ୍ରାୟ 34 କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟ ଗାଁ ସୁବାଇ ଠାରେ । ଏଠାରେ ଅବସ୍ଥିତ ଚତୁର୍ଥ ଶତାବ୍ଦୀର ଏକ ଭଗ୍ନ ପୁରାତନ ଜୈନ ମନ୍ଦିର । ଏହି ମନ୍ଦିରରେ ଅଛି କିଛି ଦୁର୍ଲଭ ପୁରାତନ ଜୈନ ମୂର୍ତି । ଏଠାରେ ରହିଛି ପାଞ୍ଚଟି ଛୋଟ ଛୋଟ ମନ୍ଦିର । ଏଥିରୁ ଗୋଟିଏ ମନ୍ଦିରରେ ରହିଛି ଋଷଭନାଥଙ୍କ ପ୍ରତିମୁର୍ତୀ । ଏହାର ଚତୁପାର୍ଶ୍ଵରେ ରହିଛି ତୀର୍ଥଙ୍କରଙ୍କ ପ୍ରତିମୁର୍ତୀ । ଏଠାରେ ଆହୁରି ମଧ୍ୟ ଚାରିଟି ହାତ ଥିବା ତାରାଙ୍କ ପ୍ରତିମୁର୍ତୀ ଦେଖାଯାଏ । ଏଠାରେ ଥିବା ଅନ୍ୟ ମନ୍ଦିର ଗୁଡିକ ଆଂଶିକ ଭାବରେ ଭଗ୍ନାବସ୍ତାରେ ରହିଛି ।
ଐତିହାସିକ ମାନଙ୍କ ମତରେ ଏହି ମନ୍ଦିର ଚତୁର୍ଥ ଶତାବ୍ଦୀରେ ନିର୍ମିତ ହୋଇଥିଲା । ସେଇ ସମୟରେ କୋରାପୁଟକୁ ରତ୍ନ ପଥର ବ୍ୟବସାୟ ପାଇଁ ଆସିଥିବା ଜୈନ ଧମବଲମ୍ବୀ ବ୍ୟବସାୟୀ ମାନେ ଏହାକୁ ନିର୍ମାଣ କରିଥିଲେ । ଏଠାରେ ସେମାନେ ମହାବୀର ,ପାର୍ଶବନାଥ ,ଋଷବନାଥ ଏବଂ ଅନ୍ୟ ତୀର୍ଥଙ୍କର ମlନକୁ ପୂଜା କରୁଥିଲେ ।
ଚତୁର୍ଥ ଶତାବ୍ଦୀର ଏହି ପୁରାତନ କୀର୍ତି ଏଠାକାର ଭୌଗଳିକ ଅବସ୍ଥିତି ଯୋଗୁ ଲୋକ ଲୋଚନକୁ ଆସିପାରିନଥିଲା । ଅଶି ଦଶକରେ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏହାକୁ ନିଜ ହାତକୁ ନେଇ ଏହାକୁ ଏକ ତୀର୍ଥ ସ୍ଥାନ ଭାବରେ ପ୍ରଚାର ପ୍ରସାର ଆରମ୍ଭ କରିଥିଲା କିନ୍ତୁ ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ରକ୍ଷଣବେକ୍ଷଣ ପାଇଁ କୌଣସି ଆଗ୍ରହ ପ୍ରକାଶ କରାଗଲା ନାହି । ଏଣୁ ବର୍ତମାନ ଏହା ଭଗ୍ନାବସ୍ଥାରେ ଏତିହାସର ମୁକ ସାକ୍ଷୀ ହୋଇ ପାଇରହିଛି । ଏଠାରେ ଥିବା ମୂର୍ତି ଗୁଡିକ ଏବଂ ମନ୍ଦିର ଗୁଡିକ କ୍ଷୟ ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନ ତରଫରୁ ଏହାର ରକ୍ଷଣବେକ୍ଷଣ ଦାୟିତ୍ଵ ଠିକ ଭାବରେ କରାଗଲେ ଏହା ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀ ଭାବରେ ରାଜ୍ୟ ଏବଂ ରାଜ୍ୟ ବାହାରରୁ ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରି ପାରିଥାନ୍ତ ।
Comments
Post a Comment