ଇତିହାସର ମୁକ ସାକ୍ଷୀ,କୋରାପୁଟର ସୁବାଇ ଜୈନ ମନ୍ଦିର
କୋରାପୁଟ ଜିଲ୍ଲାରେ ଅନେକ ଐତିହାସିକ ସ୍ଥାନ ରହିଛି । ଏହା ସର୍ବଧର୍ମ ସମଭାବର ଏକ ପ୍ରତୀକ ଅଟେ । ଏଠାରେ ବିଭିର୍ଣ ଧର୍ମାବଲମ୍ବି ଲୋକମାନେ ବସ କରନ୍ତି ଏବଂ ବିଭିର୍ଣ ଧର୍ମର ଉପାସନା ସ୍ଥଳୀ ଦେଖାଯାଏ । ଜୈନ ଧର୍ମ ସହ କୋରାପୁଟର ସ୍ଵତନ୍ତ୍ର ସମ୍ପର୍କ ରହିଛି । କୋରାପୁଟ ଜିଲ୍ଲାର ବିଭିର୍ଣ ସ୍ଥାନରେ ଜୈନ ଧର୍ମର ଉପାସନା ସ୍ଥଳୀ ମାନ ଦେଖାଯାଏ । ଏଭଳି ଏକ ଜୈନ ଉପାସନା ସ୍ଥଳୀ ଦେଖାଯାଏ କୋରାପୁଟ ଠାରୁ ପ୍ରାୟ 34 କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟ ଗାଁ ସୁବାଇ ଠାରେ । ଏଠାରେ ଅବସ୍ଥିତ ଚତୁର୍ଥ ଶତାବ୍ଦୀର ଏକ ଭଗ୍ନ ପୁରାତନ ଜୈନ ମନ୍ଦିର । ଏହି ମନ୍ଦିରରେ ଅଛି କିଛି ଦୁର୍ଲଭ ପୁରାତନ ଜୈନ ମୂର୍ତି । ଏଠାରେ ରହିଛି ପାଞ୍ଚଟି ଛୋଟ ଛୋଟ ମନ୍ଦିର । ଏଥିରୁ ଗୋଟିଏ ମନ୍ଦିରରେ ରହିଛି ଋଷଭନାଥଙ୍କ ପ୍ରତିମୁର୍ତୀ । ଏହାର ଚତୁପାର୍ଶ୍ଵରେ ରହିଛି ତୀର୍ଥଙ୍କରଙ୍କ ପ୍ରତିମୁର୍ତୀ । ଏଠାରେ ଆହୁରି ମଧ୍ୟ ଚାରିଟି ହାତ ଥିବା ତାରାଙ୍କ ପ୍ରତିମୁର୍ତୀ ଦେଖାଯାଏ । ଏଠାରେ ଥିବା ଅନ୍ୟ ମନ୍ଦିର ଗୁଡିକ ଆଂଶିକ ଭାବରେ ଭଗ୍ନାବସ୍ତାରେ ରହିଛି । ଐତିହାସିକ ମାନଙ୍କ ମତରେ ଏହି ମନ୍ଦିର ଚତୁର୍ଥ ଶତାବ୍ଦୀରେ ନିର୍ମିତ ହୋଇଥିଲା । ସେଇ ସମୟରେ କୋରାପୁଟକୁ ରତ୍ନ ପଥର ବ୍ୟବସାୟ ପାଇଁ ଆସିଥିବା ଜୈନ ଧମବଲମ୍ବୀ ବ୍ୟବସାୟୀ ମାନେ ଏହାକୁ ନିର୍ମାଣ କରିଥିଲେ । ଏଠାରେ ସେମାନେ ମହାବୀର ,ପାର୍ଶବନାଥ ,ଋଷବନାଥ ଏବଂ
Comments
Post a Comment