ABOUT US Get link Facebook X Pinterest Email Other Apps Hi friends, In this website we provide information on tourism destination of odisha. Get link Facebook X Pinterest Email Other Apps Comments
ଇତିହାସର ମୁକ ସାକ୍ଷୀ,କୋରାପୁଟର ସୁବାଇ ଜୈନ ମନ୍ଦିର କୋରାପୁଟ ଜିଲ୍ଲାରେ ଅନେକ ଐତିହାସିକ ସ୍ଥାନ ରହିଛି । ଏହା ସର୍ବଧର୍ମ ସମଭାବର ଏକ ପ୍ରତୀକ ଅଟେ । ଏଠାରେ ବିଭିର୍ଣ ଧର୍ମାବଲମ୍ବି ଲୋକମାନେ ବସ କରନ୍ତି ଏବଂ ବିଭିର୍ଣ ଧର୍ମର ଉପାସନା ସ୍ଥଳୀ ଦେଖାଯାଏ । ଜୈନ ଧର୍ମ ସହ କୋରାପୁଟର ସ୍ଵତନ୍ତ୍ର ସମ୍ପର୍କ ରହିଛି । କୋରାପୁଟ ଜିଲ୍ଲାର ବିଭିର୍ଣ ସ୍ଥାନରେ ଜୈନ ଧର୍ମର ଉପାସନା ସ୍ଥଳୀ ମାନ ଦେଖାଯାଏ । ଏଭଳି ଏକ ଜୈନ ଉପାସନା ସ୍ଥଳୀ ଦେଖାଯାଏ କୋରାପୁଟ ଠାରୁ ପ୍ରାୟ 34 କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟ ଗାଁ ସୁବାଇ ଠାରେ । ଏଠାରେ ଅବସ୍ଥିତ ଚତୁର୍ଥ ଶତାବ୍ଦୀର ଏକ ଭଗ୍ନ ପୁରାତନ ଜୈନ ମନ୍ଦିର । ଏହି ମନ୍ଦିରରେ ଅଛି କିଛି ଦୁର୍ଲଭ ପୁରାତନ ଜୈନ ମୂର୍ତି । ଏଠାରେ ରହିଛି ପାଞ୍ଚଟି ଛୋଟ ଛୋଟ ମନ୍ଦିର । ଏଥିରୁ ଗୋଟିଏ ମନ୍ଦିରରେ ରହିଛି ଋଷଭନାଥଙ୍କ ପ୍ରତିମୁର୍ତୀ । ଏହାର ଚତୁପାର୍ଶ୍ଵରେ ରହିଛି ତୀର୍ଥଙ୍କରଙ୍କ ପ୍ରତିମୁର୍ତୀ । ଏଠାରେ ଆହୁରି ମଧ୍ୟ ଚାରିଟି ହାତ ଥିବା ତାରାଙ୍କ ପ୍ରତିମୁର୍ତୀ ଦେଖାଯାଏ । ଏଠାରେ ଥିବା ଅନ୍ୟ ମନ୍ଦିର ଗୁଡିକ ଆଂଶିକ ଭାବରେ ଭଗ୍ନାବସ୍ତାରେ ରହିଛି । ଐତିହାସିକ ମାନଙ୍କ ମତରେ ଏହି ମନ୍ଦିର ଚତୁର୍ଥ ଶତାବ୍ଦୀରେ ନିର୍ମିତ ହୋଇଥିଲା । ସେଇ ସମୟରେ କୋରାପୁଟକୁ ରତ୍ନ ପଥର ବ୍ୟବସାୟ ପାଇଁ ଆସିଥିବା ଜୈନ ଧମବଲମ୍ବୀ ବ୍ୟବସାୟୀ ମାନେ ଏହାକୁ ନିର୍ମାଣ କରିଥିଲେ । ଏଠାରେ ସେମାନେ ମହାବୀର ,ପାର୍ଶବନାଥ ,ଋଷବନାଥ ଏବଂ Read more
ସ୍ଵାଧୀନତା ସଂଗ୍ରାମରେ ପାପଡାହାଣ୍ଡିର ବୀରତ୍ଵ ପୂର୍ଣ ବଳିଦାନ ଭାରତୀୟ ଜାତୀୟ ସ୍ଵାଧୀନତା ସଂଗ୍ରାମ ଅନେକ ରୋମାଞ୍ଚକର ଘଟଣାବଳିରେ ପରିପୂର୍ଣ ଅଟେ । ଏହି ସଂଗ୍ରାମରେ ଦେଶର କୋଣ ଅନୁକୋଣରୁ ଅନେକ ଅନେକ ବୀର ମାନେ ସେମାନଙ୍କ ବୀରତ୍ଵର ପରିଚୟ ଦେଇଛନ୍ତି । ସେଥି ପାଇଁ ଅନେକ କାରାବରଣ କରିଛନ୍ତି ଏବଂ ଅନେକ ବୀର ପୁରୁଷ ସେମାନଙ୍କ ପ୍ରାଣ ବଳି ମଧ୍ୟ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ନାମ ଇତିହାସ ପ୍ରୁଷ୍ଠାରେ ଆଲୋଚିତ ହୋଇଛି ତ ଆଉ କିଛିଙ୍କ ନାମ ଅନଲୋଚିତ ନ ହୋଇ ରହି ଯାଇଛି । ସେଭଳି ଏକ ବୀରତ୍ଵ ପୂର୍ଣ ଘଟଣା ଯାହା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରର ପାପଡାହାଣ୍ଡି ଠାରେ ଘଟିଥିଲା ଯେଉଥି ପାଇଁ ଆମେ ଓଡିଶା ବାସି ଗର୍ବ ଅନୁଭବ କରିବା କଥା । ଏହି ଘଟଣାରେ 19 ଜଣ ବୀର ସହିଦ ହୋଇଥିଲେ ଏବଂ 300ରୁ ଅଧିକ ଆହତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସ ବମ୍ବେ ଅଧିବେଶନରେ ଭାରତ ଛାଡ ଆନ୍ଦୋଳନ ପାଇଁ ନିସ୍ପତି ଗ୍ରହଣ କରଯାଇଥିଲା । ଯାହା ଭାରତୀୟ ମାନଙ୍କ ମନରେ ଏକ ଅପୂର୍ବ ଉସ୍ଥାହ ଆଣି ଦେଇଥିଲା । ଏଥିରେ ଉତ୍ଚାହିତ ହୋଇ ଦେଶର କୋଣ ଅନୁକୋଣରୁ ଲୋକେ ଏହି ଆନ୍ଦୋଳନ କୁ ସଫଳ କରିବାକୁ ସମସ୍ତେ ଲାଗି ପଡିଲେ । ଏଥିରୁ ବାଦ ପଡିନଥିଲା ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟର ପାପଡାହାଣ୍ଡି ଅଞ୍ଚଳ । ଗନ୍ଧଜୀ ଙ୍କ ଆହ୍ଵାନରେ ଏଠାକାର ଆଦିବାସୀ ମାନେ ମଧ୍ୟ ଗାନ୍ଧୀଜୀଙ୍କ ଆନ୍ଦୋଳନ ରେ ଯୋଗ ଦେଇଥିଲେ । ଏଥି ନିମନ୍ତେ ସ୍ଥାନେ ସ୍ଥାନେ ସଭା କର ଯାଉଥିଲା । Read more
ଶାବର ସଂସ୍କୃତିର ପ୍ରତୀକ ,ସାବର ଶ୍ରୀକ୍ଷେତ୍ର ,କୋରାପୁଟ ଓଡିଶାର ଅବସ୍ଥିତ ବିଖ୍ୟାତ ମନ୍ଦିର ମାନଙ୍କ ମଧ୍ୟରୁ କୋରାପୁଟରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏହା ଶାବର ଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ । ଯେହେତୁ ଏହା ଏଠାରେ ବାସ କରୁଥିବା ଆଦିମ ଆଦିବାସୀ ଶବର ସଂପ୍ରଦାୟର ଲୋକ ପୂଜା କରନ୍ତି ଏଣୁ ଏହାକୁ ଏଭଳି ନମିତ କରାଯାଇଛି । ଏଠାରେ ସବୁ ରୀତି ନୀତି ଶ୍ରୀମନ୍ଦିର ଅନୁଶାରେ ହୁଏ । ପୁରୀ ଶ୍ରୀମନ୍ଦିର ଠାରେ ପ୍ରବେଶ ଦ୍ଵାର ଠାରେ ଜେଭଳି ବାଇଶି ପାହାଚ ଆଛି ଏଠାରେ ମଧ୍ୟ ବାଇଶି ପାହାଚ ଅଛି । ପୁରୀ ଭଳି ଏଠାରେ ମଧ୍ୟ ଆନନ୍ଦ ବଜାର ଅଛି ଯେଉଠି ଅଭଡା ମିଳେ । ରଥ ଯାତ୍ରା ବେଳେ ଶବର ଆଦିବାସୀ ସଂପ୍ରଦାୟର ଲୋକେ ଦଇତାପତିର ଭୂମିକା ନିର୍ବାହ କରନ୍ତି । ରଥ ଉପରେ ପ୍ରଭୁ ଜଗନ୍ନାଥଙ୍କୁ ଛେରା ପହଁରା ପରେ ପ୍ରଥମେ ଶବରମାନେ ଆଣିଥିବା ଫଳମୂଳ ଭୋଗ କରାଯାଏ ଏହା ପରେ ଅନ୍ୟ ମାନେ ଆଣିଥିବା ଭୋଗ କରାଯାଏ । ପୁରୀ ଶ୍ରୀମନ୍ଦିରରେ ରଥଯାତ୍ରା ସମୟରେ ଠାକୁର ରାଜା ଗଜପତି ମହାରାଜ ଛେରା ପହଁରା କରିବାର ବ୍ୟବସ୍ଥା ଥିଲାବେଳେ ଏଠାରେ କିନ୍ତୁ ଆଦିବାସୀ ନାୟକ ଛେରା ପହଁରା କରିବାର ବ୍ୟବସ୍ଥା ଅଛି । ରଥ ଉପରେ ଆଦିବାସୀ ନାୟକଙ୍କୁ ଶିରୋପା ବାନ୍ଧି ସମ୍ମାନୀତ କରାଯାଏ । ଏଠାରେ ପୂଜା ପାଉଥିବା ତିନି ଠାକୁରଙ୍କ ପାବନ ପ୍ରତିମୂର୍ତି ପାଞ୍ଚ ଦଶକ ତଳେ ନିର୍ମିତ ହୋଇଥିଲା । ଏଠାରେ ପୂଜା ପାଉଥିବା ଶ୍ରୀ ଜୀଉ ମାନଙ୍କ ବିଗ୍ରହ Read more
Comments
Post a Comment