ସ୍ଵାଧୀନତା ସଂଗ୍ରାମରେ ପାପଡାହାଣ୍ଡିର ବୀରତ୍ଵ ପୂର୍ଣ ବଳିଦାନ
ଭାରତୀୟ ଜାତୀୟ ସ୍ଵାଧୀନତା ସଂଗ୍ରାମ ଅନେକ ରୋମାଞ୍ଚକର ଘଟଣାବଳିରେ ପରିପୂର୍ଣ ଅଟେ । ଏହି ସଂଗ୍ରାମରେ ଦେଶର କୋଣ ଅନୁକୋଣରୁ ଅନେକ ଅନେକ ବୀର ମାନେ ସେମାନଙ୍କ ବୀରତ୍ଵର ପରିଚୟ ଦେଇଛନ୍ତି । ସେଥି ପାଇଁ ଅନେକ କାରାବରଣ କରିଛନ୍ତି ଏବଂ ଅନେକ ବୀର ପୁରୁଷ ସେମାନଙ୍କ ପ୍ରାଣ ବଳି ମଧ୍ୟ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ନାମ ଇତିହାସ ପ୍ରୁଷ୍ଠାରେ ଆଲୋଚିତ ହୋଇଛି ତ ଆଉ କିଛିଙ୍କ ନାମ ଅନଲୋଚିତ ନ ହୋଇ ରହି ଯାଇଛି । ସେଭଳି ଏକ ବୀରତ୍ଵ ପୂର୍ଣ ଘଟଣା ଯାହା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରର ପାପଡାହାଣ୍ଡି ଠାରେ ଘଟିଥିଲା ଯେଉଥି ପାଇଁ ଆମେ ଓଡିଶା ବାସି ଗର୍ବ ଅନୁଭବ କରିବା କଥା । ଏହି ଘଟଣାରେ 19 ଜଣ ବୀର ସହିଦ ହୋଇଥିଲେ ଏବଂ 300ରୁ ଅଧିକ ଆହତ ହୋଇଥିଲେ ।
ଭାରତୀୟ ଜାତୀୟ କଂଗ୍ରେସ ବମ୍ବେ ଅଧିବେଶନରେ ଭାରତ ଛାଡ ଆନ୍ଦୋଳନ ପାଇଁ ନିସ୍ପତି ଗ୍ରହଣ କରଯାଇଥିଲା । ଯାହା ଭାରତୀୟ ମାନଙ୍କ ମନରେ ଏକ ଅପୂର୍ବ ଉସ୍ଥାହ ଆଣି ଦେଇଥିଲା । ଏଥିରେ ଉତ୍ଚାହିତ ହୋଇ ଦେଶର କୋଣ ଅନୁକୋଣରୁ ଲୋକେ ଏହି ଆନ୍ଦୋଳନ କୁ ସଫଳ କରିବାକୁ ସମସ୍ତେ ଲାଗି ପଡିଲେ । ଏଥିରୁ ବାଦ ପଡିନଥିଲା ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟର ପାପଡାହାଣ୍ଡି ଅଞ୍ଚଳ । ଗନ୍ଧଜୀ ଙ୍କ ଆହ୍ଵାନରେ ଏଠାକାର ଆଦିବାସୀ ମାନେ ମଧ୍ୟ ଗାନ୍ଧୀଜୀଙ୍କ ଆନ୍ଦୋଳନ ରେ ଯୋଗ ଦେଇଥିଲେ । ଏଥି ନିମନ୍ତେ ସ୍ଥାନେ ସ୍ଥାନେ ସଭା କର ଯାଉଥିଲା ।
ସେଦିନ ଥିଲା 1942 ମସିହା ଅଗଷ୍ଟ 23 ତାରିଖ । ଅପରାହ୍ନ 5ଟା ବେଳେ ଗୁରୁମାଗୁଡା ଠାରେ ସ୍ଥାନୀୟ ଆଦିବାସୀ ନେତା ମାଧବ ପ୍ରଧାନୀଙ୍କ ନେତୃତ୍ଵରେ ଜାତୀୟ କଂଗ୍ରେସର କର୍ମୀ ମାନେ ଏକ ବୈଠକ କରିଥିଲା । ଏଥିରେ ପ୍ରାୟ 500 ଆଦିବାସୀ ଯୋଗ ଦେଇଥିଲେ । ସେଠାରେ ଆଲୋଚନା ହୋଇଥିଲା , ପରଦିନ ଅର୍ଥାତ ଅଗଷ୍ଟ 24 ତାରିଖ ଦିନ ସେମାନେ ଡାବୁଗାଁ ଯିବେ ଏବଂ ସେଠାରେ ଭରତ ଛାଡ ଆନ୍ଦୋଳନ ବିଷୟରେ ବୈଠକ କରି , ଆଗାମୀ କାର୍ଯ୍ୟ ପନ୍ଥା ବିଷୟରେ ଆଲୋଚନା କରିବେ । ନିସ୍ପତି ଅନୁସାରେ କଂଗ୍ରେସ କର୍ମୀ ମାନେ ହାତରେ କଂଗ୍ରେସ ଝଣ୍ଡା ଧରି ତା ପରଦିନ ଅର୍ଥାତ 24-08-1942 ତାରିଖରେ ଡାବୁଗାଁ ଅଭିମୁଖେ ବାହାରି ପଡିଲେ । ବାଟରେ ପଡେ ପାପଡାହାଣ୍ଡି ।
ବାଟରେ ଚିକିଲିପଦର ଗୌତି ନଦୀ ପାଖରେ ସେମାନଙ୍କ ସହ ଅନ୍ୟ ଗ୍ରାମରୁ ଆସିଥିବା ଏକ ଦଳ ମିସିଥିଲେ । ଆସ୍ତେ ଆସ୍ତେ ଏହା ଏକ ଜନ ସମୁଦ୍ରରେ ପରିଣତ ହୋଇ ଯାଇଥିଲା । ପୋଲିସ ରେକର୍ଡ ଅନୁଯାଇ ଏଥିରେ 2000ରୁ ଅଧିକ ଲୋକ ଥିଲେ । ଯେତେବେଳେ ଏମାନେ ପାପଡାହାଣ୍ଡି ପହଞ୍ଚି ଥିଲେ । ଏହାର ତିନି ଦିନ ପୂର୍ବରୁ ସହିଦ ଲକ୍ଷ୍ମଣ ମୟକଙ୍କ ନାୟକତ୍ଵରେ ମଥିଲି ଥାନା ଆକ୍ରମଣ କରଯାଇଥିଲା ଏବଂ ଏହି ଘଟଣାରେ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଯାଇ ଥିଲା । ଏଣୁ ଲୋକଙ୍କ ମନରେ ଅସନ୍ତୋଷ ର ନିଆଁ ଜଳୁଥିଲା । ଏଣୁ କାଳେ ଏହାର ପ୍ରତିଶୋଧ ନେବାପାଇଁ ପାପଡାହାଣ୍ଡି ଥାନାରେ ମଧ୍ୟ ଏଭଳି କାଣ୍ଡ ଘଟାଇ ପାରନ୍ତି ଭାବି ସେଠାକାର ପୋଲିକ ଅର୍ଦ୍ଧସାମରିକ ବଳ ସହ ସଜାଗ ଥିଲା । କିନ୍ତୁ ଆନ୍ଦୋଳନକାରୀ ପୋଲିକ ଥାନା ଆକ୍ରମଣ ନକରି ଡାବୁଗାଁ ଆଡେ ଅଗ୍ରସର ହେଲେ ।
ଏହା ପରେ ପୋଲିସ ଜାଣିଲ ଦବୁଗାଁ ରେ ଏକ ବଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବର୍ତମାନ ସେହି ବୈଠକ କୁ ପଣ୍ଡ କରିବାକୁ ଉଦ୍ୟମ କରାଗଲା । ଏଠି ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର ଅନୁସାରେ ପୁଲିସ ଓ ଅର୍ଦ୍ଧ ସାମରିକବଳକୁ ଠୁରୀ ନଦୀ ଉପରେ ନିର୍ମିତ ଏକ କାଠପଲ ର ପଶ୍ଚିମ ଦିଗରେ ମୁତୟନ କରାଗଲା । କଂଗ୍ରେସ କର୍ମୀ ମାନେ ପୋଲକୁ ଅତିକ୍ରମ କଲାବେଳେ ଜାଣିଶୁଣି ପୋଲିସ ଦ୍ଵାରା ଆନ୍ଦୋଳନ କାରୀଙ୍କୁ ଉସୁକାଗଲା । ଯାହାଫଳରେ ସେଠାରେ ପୁଲିସ ଓ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ଠେଲା ଠେଲି ଆରମ୍ଭ ହେଲା । ଏହାପରେ ଘଟିଥିଲା ଏକ ଲୋମହର୍ଷଣ କରି ବରର କାଣ୍ଡ । ଡ୍ରିଲ ଇନ୍ସପେକ୍ଟର ପି କେ ଗଉଡ ଙ୍କ ଆଦେଶରେ ପୁଲିସ ନିରୀହ ଅନଦଳନକାରିଙ୍କ ଉପରକୁ ଗୁଳି ବର୍ଷଣ କଳା । ନୀରବ ଛିର୍ଣ ଭାବରେ ଅତି ନିର୍ଦୟ ଭାବରେ ପୁଲିସ ଦ୍ଵାରା ଗୁଳି ବର୍ଷଣ କରାଗଲେ ଯେଉଥିରେ 12 ଜଣ ଆନ୍ଦୋଳନ କାରି ଘଟଣା ସ୍ଥଳରେ ହି ସହିଦ ହୋଇ ଯାଇଥିଲେ ,ଆହୁରି 7 ଜଣ ଆହତ ଅନ୍ଦୋକାରି ଜୈଲ ପରିସରରେ ମୃତ୍ୟୁ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ମୋଟ 19 ଜଣ ବୀର ସ୍ଵାଧୀନତା ସଂଗମ କାରି ସହିଦ ହୋଇଥିଲେ । ଏହାକୁ ସେତେବେଳେ ଓଡିଶାର ଜାଲିଅନବଲବଗ ରୂପେ ବିବେଚିତ କରାଗଲା ।
ଦେଶ ପାଇଁ ସହିଦ ହୋଇଥିବା ସେହି ସହିଦ ମାନଙ୍କୁ ମାନେ ରଖିବା ପାଇଁ ପାପଡାହାଣ୍ଡିର ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ସେହି ସ୍ଥାନରେ 1985 ମସିହାରେ ଏକ ସହିଦ ସ୍ତମ୍ବ ନିର୍ମିତ ହୋଇଛି । ଏହାକୁ ସେତେବଳର ରାଜ୍ୟପାଳ ଶ୍ରୀ ବିସମ୍ବର ନାଥ ପାଣ୍ଡେ ଉଦ୍ଘାଟନ କରିଥିଲେ । ପ୍ରତି ବର୍ଷ ଅଗଷ୍ଟ 24 ତାରିଖରେ ଏଠାରେ ସହିଦ ମାନଙ୍କ ସ୍ମୃତି ଚରଣ ନିମନ୍ତେ ସରକାରୀ ସ୍ତରରେ ଏବଂ ବିଭିର୍ଣ ଅନୁଷ୍ଠାନ ତରଫର ଏଠାରେ ଏକ ସଭା ଆୟୋଜିତ ହୁଏ । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଲୋକେ , ସେମାନଙ୍କ ଆତ୍ମାର ସଦ୍ଗତି କାମନା କରନ୍ତି ।
Comments
Post a Comment