ପ୍ରକୃତିକ କୋଳରେ ମା ବାଳକୁମାରୀ ପୀଠ ,ଚିକିଟି ଗଞ୍ଜାମ ।
ବଳକୁମାରୀ ମନ୍ଦିର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ଗଞ୍ଜାମ ଜିଇଲ ଚିକିଟି ବ୍ଲକ ସହର ମହକୁମା ,ଚିକିଟି ଠାରୁ ପ୍ରାୟ 14 KMS ଦୂରରେ ଅବସ୍ଥିତ ଏବୋମ ବ୍ରହ୍ମପୁର ଠାରୁ ପ୍ରାୟ 33 KMs ଦୂରରେ ଅବସ୍ଥିତ । କେରାଣ୍ଡିମଳ ପର୍ବତ ଉପରେ ମା ଙ୍କ ମନ୍ଦିର ଅବସ୍ଥିତ ।
ଚିକିଟି ଠାରୁ 29 ନମ୍ବର ରାଜ୍ୟ ରାଜପଥରେ kmsଯିବାପରେ ଘନଘର ପଡେ ସେଠାରୁ ବାମ ପଟେ ବୁଲି କିଛିଦୂର ଗଳାପରେ ରାମଗୁଡା ପଡେ ,ସେଠାରୁ କିଛିଦୂର କେରାଣ୍ଡିମଳ ପର୍ବତ ଦେଇ ଯିବାପରେ ପଡେ ମା ବଳକୁମାରୀଙ୍କ ମନ୍ଦିର ।
ଆଗରୁ ଏଠାକୁ ଯିବାପାଇ ରାମଗୁଡା ଠାରୁ ପ୍ରାୟ 1272 ପାହାଚ ଚଢି ଯିବାକୁ ପଡୁଥିଲା । କିନ୍ତୁ ବର୍ତମାନ ସରକାରଙ୍କ ଉଦ୍ୟମରେ ମନ୍ଦିରର ଶୀର୍ଷ ଦେଶରେ ଅବସ୍ଥିତ ମାଙ୍କ ମନ୍ଦିର ପାଖକୁ ପକ୍କା ରାସ୍ତା ହେଇସାରିଛି ,ଯାହା ଫଳରେ ଭକ୍ତ ମାନେ ପଦରେ ନ ଚାଲି ସିଧା ସଳଖ
ମା ଙ୍କ ପିଠ ଠାରେ ଗାଡିରେ ପହଞ୍ଚି ପାରୁଛନ୍ତି । ରାମଗୁଡା ଠାରୁ ଆ ଙ୍କ ପାଖକୁ ଥିବା ନୂତନ ରାସ୍ତା ରେ ଗଲାବେଳେ ଏହାର ସୁନ୍ଦରତ ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିଥାଏ । ଏହା ଦେଖିବାକୁ ଯେତେ ସୁନ୍ଦର ସେତେ ରୋମାଞ୍ଚକର । ଏହି ଘଟି ଦେଇ ଯିବା ପାଇଁ ଅଭିଜ୍ଞ ଚାଳକ ଆବଶ୍ୟକ
। ଏହି ରାସ୍ତା ଦେଇ ଗଲାବେଳେ କିଛି ସମୟ ପାଇଁ ଊଟି କିମ୍ବା ମାନାଲିର ଭ୍ରମ ସୃଷ୍ଟି କରିଥାଏ ।
। ମନ୍ଦିର ପରିଚାଳନା ଖୁବ ବ୍ୟବସ୍ଥିତ ଭାବରେ ହୋଇଥାଏ । ଏଥରେ ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ତା କରାଯାଇଛି । ପର୍ବତ ଉପରେ ଅବାସ୍ତିତ ମାଙ୍କ ମନ୍ଦିର ପାଖରେ ବଣଭୋଜି ପାଇଁ ପାଣିର ବ୍ୟବସ୍ଥା ରହିଛି । ମନ୍ଦିରର ସଫସୁତୁରା ପାଇଁ ସଫେଇ
କର୍ମଚାରୀ ନିଯୁକ୍ତ ହେଇଛନ୍ତି । ମନ୍ଦିରରେ ଭକ୍ତଙ୍କ ପାଇଁ ଖେଚୁଡି ଭୋଗ ର ବ୍ୟବସ୍ଥା ରହିଛି । ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଏଠାରେ ପ୍ରସାଦ ସେବନ କରି ପାରିବେ । ବହୁ ଦୂରରୁ ଆସୁଥିବା ଭକ୍ତଙ୍କ ରାତ୍ରି ଜାପାନ ପାଇଁ ଏଠାରେ ନୂତନ ପାନ୍ଥଶାଳା ର ନିର୍ମାଣ ଚାଲିଛି ।
କିମ୍ବଦନ୍ତୀ ଅନୁସାରେ ଏହା ଚିକିଟି ରାଜା ଙ୍କ ଇଷ୍ଟ ଦେବତା ।
Comments
Post a Comment