ଐତିହାସିକ ରହସ୍ୟପୂର୍ଣ ଆଧ୍ୟାତ୍ମିକ କ୍ଷେତ୍ର, କୋରାପୁଟର କୁଟୁଣି ପଦର
ପ୍ରାକୃତିକ ପରିବେଶରେ ପରିପୂର୍ଣ କୋରାପୁଟରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । କୋରପୁଟ ସଦା ସର୍ବଦା ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିଛି । କିଏ ଏଠାକୁ ଏହାର ସୁନ୍ଦର ସବୁଜିମାକୁ ଦେଖି ଅକୃଷ୍ଟ ହୋଇଛି ତ, କିଏ ଏଠାର ସଂସ୍କୃତି ସମ୍ପର୍ଣ ଆଦିବାସୀ ମାନଙ୍କ ଜୀବନ ଶୈଳୀ ଦେଖିବାକୁ ଆସୁଛି । କିନ୍ତୁ ଏଠାରେ ଏଭଳି ଏକ ଐତିହାସିକ ସ୍ଥାନ କିଛି ଦିନ ହେବ ଚର୍ଚାର ବିଷୟ ବସ୍ତୁ ପାଲଟିଛି, ଯାହା ଦୀର୍ଘ ଚାରି ପାଞ୍ଚ ଦଶକ ହେଲା ସମସ୍ତଙ୍କ ଦ୍ରୁଷ୍ଟି ଅଗୋଚରରେ ଥିଲା । ଆଜିକାଲି ସୋସିଆଲ ମିଡିଆ ଯୋଗୁଁ ତାହା ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି । ସେଠାକୁ ଯାଇଥିବା ଦର୍ଶକ ମାନଙ୍କୁ ରହସ୍ୟନ୍ମିତ କରୁଛି ସେଠାରେ ଥିବା ପ୍ରାଚୀନ ପ୍ରତିମୁର୍ତୀ ଏବଂ ଅସଂଖ୍ୟ ଶିବଲିଙ୍ଗ ଗୁଡିକ ।
କୋରାପୁଟ ଠାରୁ ପ୍ରାୟ 51 କିଲୋମିଟର ଦୂରରେ ଏହି ଐତିହାସିକ ସ୍ଥାନ ଅବସ୍ଥିତ । କୋରାପୁଟ ଠାରୁ ରାୟଗଡ଼ ଯିବା ରାସ୍ତାରେ କାକୀରିଗୁମ୍ମା ପରେ ଏକ ଛୋଟ ଗାଁ ପଡେ କୁସୁମଗୁଡା । ସେଠାରୁ ବାମପଟେ ଥିବା ଏକ ସଙ୍କୀର୍ଣ ରାସ୍ତାରେ ପ୍ରାୟ 4 କିଲୋମିଟର ଗଲେ ପଡେ କୁଟୁଣି ପଦର । ଏଠାରେ ରେଲ୍ଲି ସାମ୍ପ୍ରଦୟର ଲୋକ ବସ କରନ୍ତି । ଏଠାର ଏକ ଛଟ ପାହାଡ ଉପରେ ଏକ ମନ୍ଦିର ଅଛି । ଏଠାରେ ପୂଜା ପାଆନ୍ତି ବାବା ମୁକ୍ତେଶ୍ଵର ଏବଂ ମା ସଙ୍କଟ ତାରିଣୀ । ଏଠାର ପରିପାର୍ଶ୍ଵିକ ପରିବେଶ ଅତ୍ୟନ୍ତ ରହସ୍ୟ ପୂର୍ଣ ।
ଏଠାରେ ଅନେକ ପୁରାତନ ପ୍ରତିମୁର୍ତୀ ଦେଖିବାକୁ ମିଳେ । ପ୍ରାୟ ସମସ୍ତ ହିନ୍ଦୁ ଦେବାଦେବୀ ଙ୍କ ପ୍ରସ୍ତର ନିର୍ମିତ ମୂର୍ତି ଗୁଡିକ ବହୁ ପୁରାତନ କାଳର ବୋଲି ସ୍ଵଷ୍ଠ ଅନୁମେୟ । ଏଠାରେ କିଛି ଗୁମ୍ଫା ମଧ୍ୟ ଦେଖିବାକୁ ମିଳେ । ପ୍ରତ୍ୟକ ଗୁମ୍ଫାରେ ଅନେକ ଶିବ ଲିଙ୍ଗ ରହିଛି । କେବଳ ଏତିକି ନୁହେଁ , ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଅନେକ ଶିବଲିଙ୍ଗ ଅଛନ୍ତି । ସ୍ଥାନୀୟ ବାସିନ୍ଦା ଙ୍କ ଅନୁସାରେ ଏହାର ପାଖାପାଖି ଥିବା ପାହାଡରେ ମଧ୍ୟ ଅନେକ ଶିବ ଲିଙ୍ଗ ଅଛନ୍ତି ।
ମନ୍ଦିର ବେଢାରେ ଗୋଟିଏ ସ୍ଥାନରେ ବାବା ମୁକ୍ତେଶ୍ଵର ପୂଜାପାଆନ୍ତି ଏବଂ ଅନ୍ୟ ସ୍ଥାନରେ ମା ସଙ୍କଟ ତାରିଣୀ ପୂଜା ପାଆନ୍ତି । ମା ସଙ୍କଟ ତାରିଣୀଙ୍କ ମନ୍ଦିରରେ ସେଠାରୁ ଆବିଷ୍କୃତ ଅନେକ ପୁରାତନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରଖାଯାଇଛି ।
ମନ୍ଦିର ପୂଜାରୀ ସୁନାରି କୁଲଦୀପଙ୍କ ଅନୁସାରେ ଏଠାରେ ଥିବା ସମସ୍ତ ପ୍ରତିମୁର୍ତୀ ,ଶିବଲିଙ୍ଗ ଏବଂ ଅସ୍ତ୍ର ଶସ୍ତ୍ର ଗୁଡିକ ପ୍ରାୟ 40 ରୁ 50 ବର୍ଷ ପୂର୍ବେ ଭଗବାନଙ୍କ ସ୍ଵପ୍ନାଦେଶ ଯୋଗୁ ଉଦ୍ଧାର କର ଯାଇଥିଲା । ସେବେ ଠାରୁ ସୁନାରିଙ୍କ ପୂର୍ବତନ ବଂଶଧର ମାନେ ଏହାକୁ ପୂଜା କରି ଆସୁଛନ୍ତି । ତାଙ୍କୁ ଉତରାଧିକାରୀ ଭାବରେ ଏଠାକାର ପୂଜା କରିବାର ଦାୟିତ୍ଵ ମିଳିଛି । ଏହା ବ୍ୟତୀତ ସେ ଏହା ବିଷୟରେ ଅଧିକ କିଛି କହି ପାରନ୍ତି ନାହି ।
ଏଠାକାର ଥିବା ପ୍ରାଚୀନ ପ୍ରତିମୁର୍ତୀ , ଶହ ଶହ ଶିବ ଲିଙ୍ଗ ଏବଂ ପୁରାତନ ହାତ ହତିଆରକୁ ଦେଖିଲେ ଏଠାର କୌଣସି ଐତିହାସିକ ବିଶେଷତ୍ଵ ରହିଥିବା ସ୍ଵଷ୍ଠ ଅନୁମେୟ । ଏଣୁ ସରକାରଙ୍କ ଦ୍ଵାରା ଏଠାରେ ପ୍ରତ୍ନ ତାତ୍ଵିକ ଗବେଷଣା କରାଗଲେ ଏହି ସ୍ଥାନର ଐତିହାସିକ ରହସ୍ୟ ଉନ୍ମୋଚିତ ହୋଇ ପାରନ୍ତା ବୋଲି ଜଣସାଧାରଣରେ ଦାବି ହେଉଛି ।
Comments
Post a Comment