କୋରାପୁଟ ର ନୂଆ ପର୍ଯ୍ୟଟନ ସ୍ଥଳୀ ,ପୁଞ୍ଜିସିଲ ଜଳ ପ୍ରପାତ
କୋରାପୁଟ ର ପ୍ରକୃତିକ ସୌନ୍ଦର୍ଯ ଦେଶ ବିଦେଶ ର ପର୍ଯ୍ୟଟକ ଙ୍କୁ ସବୁବେଳେ ଅକୃଷ୍ଠ କରିଛି । ପର୍ଯ୍ୟଟନ ଦ୍ରୁଷ୍ଟି କୋଣ ରୁ ଏହା ଓଡିଶାର ଗୋଟିଏ ବିଶେଷ ଜିଲ୍ଲା ଅଟେ । ଏଠାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କେବଳ ଓଡିଶା ରେ କିମ୍ବା ଭାରତରେ ନୁହ ସାରା ପୃଥିବୀରେ ମଧ୍ୟ ପ୍ରସିଦ୍ଧ । ଯେହେତୁ ଏହା ପାହାଡ ପର୍ବତରେ ଘେରା ଏଣୁ ଏବେ ମଧ୍ୟ ଏଠାରେ କିଛି ରମଣୀୟ ସ୍ଥାନ ରହିଛି ଯାହା ଲୋକ ଲୋଚନକୁ ଆସିପାରୁ ନାହି । ବର୍ତମାନ ସରକାରଙ୍କ ବିଭିର୍ଣ ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁଁ ଏଠାର ଗମନା ଗମନ ଏବଂ ଯୋଗାଯୋଗ କ୍ଷେତ୍ରରେ ଉର୍ନତି ହେଲାଣି । ଏଣୁ ଏଠାର ବିଭିର୍ଣ ରମଣୀୟ ସ୍ଥାନ ଲୋକଲୋଚନ କୁ ଆସିବାରେ ଲାଗିଛି ଯାହା ବିଷୟରେ ଲୋକ ଜାଣି ପାରୁ ନଥିଲେ । ଏଭଳି ଏକ ରମଣୀୟ ପର୍ଯ୍ୟଟନ ସ୍ଥଳୀ ହେଉଛି ପୋଡଗଡ ଠାରୁ କିଛି ଦୂରରେ ଥିବା ପୁଞ୍ଜିସିଲ ଜଳ ପ୍ରପାତ । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜଙ୍ଗ ଗ୍ରାମ ପଞ୍ଚାଯତ ରେ ଏହା ଅବସ୍ଥିତ ।
ବର୍ତମାନ ଏହି ସ୍ଥାନ କୁ ସରକାରଙ୍କ ତରଫରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦିଆଯାଇଛି । ଏହାର ଭିତ୍ତି ଭୂମିର ବିକାଶ ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯିବାକୁ ସରକାର ସରକାରଙ୍କ ଦ୍ଵାରା କରାଯାଉଛି ।
କୋରାପୁଟ ଠାରୁ ଏଠାର ଦୂରତା ପ୍ରାୟ 23 କିଲୋମିଟର । କୋରାପୁଟ ରୁ ଏଠାକୁ ଯିବାକୁ ହେଲେ ରାୟଗଡ଼ ରାସ୍ତା ରେ ଯିବାକୁ ପଡିବ । ରାୟଗଡ଼ ରାସ୍ତାରେ ପୋଡଗଡ ଠାରୁ ଡାହାଣ ପଟେ ବୁଲି ସେଠାରୁ ପ୍ରାୟ 5 କିଲୋମିଟର ଯିବାକୁ ହେବ ।
ପୁଞ୍ଜିସିଲ ଜଳପ୍ରପାତ ପାହାଡ ମାନଙ୍କ ମଧ୍ୟରେ ଅବସ୍ଥିତ । ପଥର ଚଟାଣ ଉପରେ ପାଣିର ସୁଅ ଅତ୍ୟନ୍ତ ମନୋରମ ଦେଖାଯାଏ । ଏଠାରେ ପରିବାର ସହ ବଣଭଜୀ କରିବା ପାଇଁ ବଢିଆ ସ୍ଥାନ ଅଟେ । ଜଳ ପ୍ରାପତର ଜଳ ସ୍ରୋତ କୋରାପୁଟ ର ଅନ୍ୟ ଜଳ ପ୍ରାପାତ ଭଳି ପ୍ରଖର ନୁହଁ । ଏଣୁ ଏହା ସମ୍ପୂର୍ଣ ବିପଦ ମୁକ୍ତ ଅଟେ । ଏଣୁ ଏଠାରେ ଛୋଟ ଛୋଟ ପିଲା ମାନେ ମଧ୍ୟ ଏଠାରେ ସ୍ନାନ କରି ଏହାର ମଜା ନେଇପାରିବେ ।
ସୋସିଆଲ ମିଡିଆ ଯୋଗୁ ଏଭଳି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଲୋକଲୋଚଣ କୁ ଆସି ପାଇଛି । ଏଠାରେ ଦିନକୁ ଦିନ ଲୋକଙ୍କ ଗହଳି ବଢିବାରେ ଲାଗିଛି । ପ୍ରତିଦିନ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଲୋକ ଏଠାକୁ ଆସି ବାଣଭଜୀ କରୁଛନ୍ତି ।
Comments
Post a Comment