କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ବାବା ଗୁପ୍ତେଶ୍ଵରର ଐତିହାସିକ ରହସ୍ୟ

     
 ଭାରତରେ  ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ମାନଙ୍କ ମଧ୍ୟରେ ଗୁପ୍ତେଶ୍ଵର ପୀଠ ଅନ୍ୟତମ । ଏହା କୋରାପୁଟ ଜିଲ୍ଲାରେ  ଅବସ୍ଥିତ । ଏହାର ଦୂରତା କୋରାପୁଟ ଠାରୁ        ୭୮ କିଲୋମିଟର  ଏବଂ ଜଯପୁର ଠାରୁ   ୫୫ କିଲୋମିଟରଅଟେ । ଏଠାରେ ଗୁମ୍ଫା ଭିତରେ ଥିବା ବିଶାଳ ଶିବଲିଙ୍ଗ ସ୍ଵୟଂ ଶମ୍ଭୁ ଅଟେ । ଅର୍ଥାତ ମହାଦେବ  ନିଜେ ସେଠାରେ ଆବିର୍ଭାବ ହୋଇଛନ୍ତି ।  ଏଠାକୁ ଯିବା ପାଇଁ ଜୟପୁରଠାରୁ ବସର ସୁବିଧା ଅଛି ସେଥିରେ ଯାଇପରିବେ କିମ୍ବା ନିଜ ଗାଡିରେ ଯାଇ ପାରିବେ ।
          ଗୁପ୍ତେଶ୍ଵର ପୀଠର  ମାହାତ୍ମ୍ୟ ତ୍ରେତାୟା ଯୁଗ  ସହ ଯୋଡି ହୋଇଛି । କିମ୍ବଦନ୍ତୀ  ଅନୁସାରେ ରାମାୟଣରେ  ମହାପ୍ରଭୁ ରାମଚନ୍ଦ୍ର  ମାତା ଜାନକୀ ଏବଂ ଲକ୍ଷ୍ମଣଙ୍କ  ସହ ବନବାସ ନିମନ୍ତେ  ଦଣ୍ଡକାରଣ୍ୟ  ଯିବାବେଳେ ଏହି ବାଟ ଦେଇ ଯାଇଥିଲେ । ସେମାନେ ଏଠାରେ ମହାଦେବଙ୍କୁ ପୂଜା କରୁଥିଲେ । ଏଣୁ ଏହି ଅଞ୍ଚଳକୁ ରାମଗିରି କୁହାଯାଏ । କେବଳ ସେତିକି ନୁହଁ ,ରାମାୟଣର ସବରୀଙ୍କ ନାମାନୁସାରେ ଗୁପ୍ତେଶ୍ଵର ପାର୍ଶ୍ଵ ଦେଇ ଯାଇଥିବା ନଦୀକୁ ଶାବରୀ ନଦୀ କୁହାଯାଏ ।

       ପଞ୍ଚଦଶ ଶତାବ୍ଦୀର ବିଖ୍ୟାତ କବି କାଳିଦାସ ରାମଗିରି ଅଞ୍ଚଳର ପ୍ରକୃତିକ ସୌନ୍ଦର୍ଜ୍ୟରେ ବିମହିତ ହୋଇଥିଲେ । ସେ ତାଙ୍କର ସୁ ବିଖ୍ୟାତ ଗ୍ରନ୍ଥ  ମେଘଦୂତରେ  ରାମଗିରି ବିଷୟରେ ବର୍ଣନା କରିଛନ୍ତି  । କିଛି ଲୋକଙ୍କ ମତରେ କାଳିଦାସ ଏହି ଅଞ୍ଚଳରେ ରହି ମେଘଦୂତ ରଚନା କରିଥିଲେ ।
       କିମ୍ବଦନ୍ତୀ ଅନୁସାରେ ବାବା ଗୁପ୍ତେଶ୍ଵର ଗୁପ୍ତ ଭାବରେ ରାମଗିରି ପର୍ବତର ଏକ ଗୁମ୍ଫା ଭିତରେ ରହୁଥିଲେ । ଥରେ  ଜଣେ ଆଦିବାସୀ  ଶିକାରୀ ଏକ ହରିଣ କୁ ଶିକାର କରିବ ପାଇଁ ତାହାର ପିଛା କରି ଗୁମ୍ଫା ଭିତରକୁ ପ୍ରବେଶ କରିଥିଲେ ଏବଂ ସେଠାରେ ସେ ମହାପ୍ରଭୁଙ୍କୁ ପ୍ରଥମେ ଦର୍ଶନ କରିଥିଲେ । ମହାଦେବ ଯେହେତୁ ସେଠାରେ ଗୁପ୍ତ ଭାବରେ ରହୁଥିଲେ ଏଣୁ ସେ ଶିକାରୀଙ୍କୁ ତାଙ୍କ ବିଷୟରେ କାହାକୁ ନ କହିବାକୁ କହିଲେ । ଯଦି ସେ କାହାକୁ ଏ ବିଷୟରେ କହିବ ତେବେ ତାହାର ମୃତ୍ୟୁ ସୁନିଶ୍ଚିତ ହେବ  ବୋଲି କହିଥିଲେ । କିନ୍ତୁ କୌଣସି କାରଣ ବଶତଃ ସେ ସେତେବେଳେର ଜୟପୁର ରାଜା ବିକ୍ରମଦେବଙ୍କୁ  ଘଟଣl ବିଷୟରେ କହି ଦେଇଥିଲେ ,ଏଣୁ ସେ ସଙ୍ଗେ ସଙ୍ଗେ ମୃତ୍ୟୁ ବରଣ କରିଥିଲେ ।
                               
         ଏହା ପରେ ଜୟପୁର ରାଜା ବିକ୍ରମାଦିତ୍ୟ ସୈନ୍ୟ ସାମନ୍ତ  ଙ୍କୁ ଧରି ଗୁପ୍ତେଶ୍ଵର ଙ୍କୁ ଖୋଜିବାକୁ ବାହାରିଲେ । ସେତେବେଳକୁ ରାମଗିରି ଅଞ୍ଚଳ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା । ରାଜା ତିନି ଦିନ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ଖୋଜାଖୋଜି କାଲେ କିନ୍ତୁ ମହାଦେବଙ୍କ ଲିଙ୍ଗ ପାଇଲେ ନାହି । ଶେଷରେ ଉପବାସ ରହି ମହାପ୍ରଭୁଙ୍କୁ ଅଧୀର ପଡିଲେ । ତାପରେ ମହାଦେବଙ୍କ ସ୍ଵପ୍ନାଦେଶ ଦ୍ଵାରା ଗୁପ୍ତେଶ୍ଵର ଲିଙ୍ଗକୁ ଠାବ କରିପାରିଥିଲେ ।

     ଗୁପ୍ତେଶ୍ଵରଙ୍କୁ ଠାବ ପରେ ରାଜା ବିକ୍ରମାଦିତ୍ୟ ପୂଜା ନିମନ୍ତେ ପୂଜାରୀଙ୍କୁ ନିଯୁକ୍ତ କାଲେ । ଗୁପ୍ତ  ଅବସ୍ଥାରେ ରହିଥିବାରୁ ସେ ଏହାକୁ ଗୁପ୍ତେଶ୍ଵର ବୋଲି ନାମକରଣ କରିଥିଲେ  । ସେତେବେଳେ ସେଠାକୁ ରାସ୍ତା ନ ଥିବାରୁ ମାସକୁ ଥରେ ପୂଜାରୀ  ଯାଇ ପୂଜା କରି ଆସୁଥିଲେ । କାଳକ୍ରମେ ସେଠାକୁ ରାସ୍ତାଘାଟ ଉର୍ନତି ହେବାକୁ ଲାଗିଲା । ଫଳରେ ବର୍ତମାନ ଭଗବାନଙ୍କୁ ପ୍ରତିଦିନ ପୂଜା କରାଯିବ ସହ ସେଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡିଶା ,ଓଡିଶା ବାହାରୁ ଏପରିକି ବିଦେଶରୁ ମଧ୍ୟ ଆସି ଦର୍ଶନ କରୁଛନ୍ତି । 

Comments

Popular posts from this blog

ଇତିହାସର ମୁକ ସାକ୍ଷୀ,କୋରାପୁଟର ସୁବାଇ ଜୈନ ମନ୍ଦିର

ସ୍ଵାଧୀନତା ସଂଗ୍ରାମରେ ପାପଡାହାଣ୍ଡିର ବୀରତ୍ଵ ପୂର୍ଣ ବଳିଦାନ

ଶାବର ସଂସ୍କୃତିର ପ୍ରତୀକ ,ସାବର ଶ୍ରୀକ୍ଷେତ୍ର ,କୋରାପୁଟ