କୋରାପୁଟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ,ଡୁଡୁମା ଜଳପ୍ରପାତ ,ମାଛକୁଣ୍ଡ
ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରେ ଡୁଡୁମା ଜଳପ୍ରପାତ ଅନ୍ୟତମ । ଏହା କେବଳ ରାଜ୍ୟ କିମ୍ବା ଦେଶ ନୁହ ଦେଶ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କୁ ଅକୃଷ୍ଠ କରିବାରେ ସଫଳ ହୋଇଛି । ଏହା ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ର ସୀମାରେ ଅବସ୍ଥିତ । ଓଡିଶାର କୋରାପୁଟ ଜିଲ୍ଲା ର ଲମତାପୁଟ ବ୍ଲକର ମାଛକୁଣ୍ଡ ଠାରେ ଏହା ଅବସ୍ଥିତ । କୋରାପୁଟର ଜୟପୁର ଠାରୁ ଏହାର ଦୂରତା ପ୍ରାୟ 62 କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ ର ବିଶାଖପଟନା ଠାରୁ ପ୍ରାୟ 175 କିଲୋମିଟର ଅଟେ ।
ଏଠାକୁ ଯିବା ପାଇଁ ଜୟପୁରରୁ ବାଇପରିଗୁଡା ରାସ୍ତାରେ ଯାଇ ପତ୍ରପୁଟ ନିକଟସ୍ଥ କୋଟା ଛକ ଠାରେ ବାମପଟେ ବୁଲିବାକୁ ହେବ । ସେହି ରାସ୍ତାରେ ଯାଇ ଲମତାପୂଟ ଠାରେ ଡାହାଣ ପଟେ ବୁଲି ଯିବାକୁ ହେବ ।ଏହି ବାଟରେ 24 କିଲୋମିଟର ଗଲେ ପଡେ ଡୁଡୁମା ଜଳ ପ୍ରପାତ । ବର୍ତମାନ ଏଠାରେ ପର୍ଯ୍ୟଟନ ବିଭାଗ ତରଫରୁ ଆବଶ୍ୟକୀୟ ଭିତିଭୂମି ବିକାଶ କରାଯାଉଛି । ଏଠାରେ ତିଆରି ହୋଇଥିବା ଭିଉ ପୋଏଣ୍ଟରୁ ଜଳ ପ୍ରପାତ ଖୁବ ରମଣୀୟ ଲାଗେ । ଏଠାରୁ ଜଳ ପ୍ରପାତର ଉପର ପଟୁ ଦୃଶ୍ୟ ଦେଖି ହୁଏ । ସେଠାରୁ ଡାହାଣ ପଟେ ଥିବା ପାହାଚ ଦ୍ଵାରା ଜଳପ୍ରପାତର ତଳକୁ ଯାଇହୁଏ । ସେଠାରୁ ଜଳପ୍ରପାତ ତଳୁ ଏହାର ଦୃଶ୍ୟ ଅତ୍ୟନ୍ତ ଅକର୍ଷନୀୟ ଅଟେ । ଏହି ଦୃଶ୍ୟ ଦେଖିବାକୁ ହେଲେ ପ୍ରାୟ 600 ପାହାଚ ଅଲହାଇବାକୁ ପଡେ ।
ଏଠାରେ ଥିବା ଜଳ ପ୍ରପାତ ଅତ୍ୟନ୍ତ ସୁନ୍ଦର ଅଟେ । ସୁଉଚ୍ଛ ପାହାଡ ଉପରୁ ପ୍ରବାହିତ ଜଳ ପ୍ରପାତ ଦେଖିବାକୁ ରୋମାଞ୍ଚକର ଅଟେ । ଏହି ଜଳ ପ୍ରପାତ ର ଉଚ୍ଛତା ପ୍ରାୟ 175 ମିଟର ବା 574 ଫ୍ହୁଟ ଅଟେ । ଏହା ମାଛ କୁଣ୍ଡ ନଦୀ ଉପରେ ଅବସ୍ଥିତ । ମାଛକୁଣ୍ଡ ନାମଟି ଆନ୍ଧ୍ରପ୍ରଦେଶର ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ ମସ୍ଥ୍ୟକୁଣ୍ଡରୁ ଆସିଛି ଯାହା ନିକଟତମ ଏକ ଛୋଟ ସହର ପାଡ଼େରୁ ଠାରେ ଅବସ୍ଥିତ ।
ଡୁଡୁମା ଜଳ ପ୍ରପାତ ଠାରୁ କିଛି ଦୂର ଯିବା ପରେ ଅନାକାଡେଲି ଠାରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅବସ୍ଥିତ । ଏଠାରେ 120 ମେଗା ୱାଟ ର ବିଦ୍ୟୁତ ଉତ୍ପାଦନ ହୁଏ । ଏହା ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସରକାର ଙ୍କ ଏକ ମିଳିତ ପ୍ରକଳ୍ପ ଅଟେ । ଏଠାକୁ ଦେଖିବା ପାଇଁ ମଛକୁଣ୍ଡ ପୁଲିସ ଥାନା ଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ହୋଇଥାଏ ।
ବାହାରୁ ଆସିଥିବା ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ଏଠାରେ ବ୍ୟବସ୍ଥା ଲମତାପୂଟ ମାଛକୁଣ୍ଡ ମଝିରେ ଦେଶୀଆ ସୋସିଅଲ ରିସର୍ଟ ଠାରେ ରହିଛି । ଏଠାରେ ଅନଲାଇନ ମାଧ୍ୟମରେ ବୁକିଂ ର ସୁବିଧା ରହିଛି । ଏଠାକାର ଭଡା ଅବଶ୍ୟ ଟିକେ ଅଧିକ କିନ୍ତୁ ଏଠାକାର ପାରମ୍ପରିକ ଆଦିବାସୀ ସାଜସଜ ଏକ ନିଆରା ଅନୁଭୂତି ଆଣିଥାଏ । ଏଠାରେ ବ୍ୟବସ୍ଥା ଗୁଡିକ ଅନ୍ତର୍ଜ୍ଯାତିକ ମାନର ଅଟେ । ଏଠାରେ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ରାତ୍ରିଜାପାନ କରିଥାନ୍ତି ।
Comments
Post a Comment