ବୋଣ୍ଡାଘଟିରେ ରାମାୟଣର ସ୍ମାରକୀ ,ସୀତାକୁଣ୍ଡ ଏବଂ ମା ସୀତାଙ୍କ ପଦଚିହ୍ନ
ପ୍ରାକୃତିକ ସୌନ୍ଦର୍ଯରେ ଭରା ଅବିଭକ୍ତ କୋରାପୁଟ ଅଞ୍ଚଳ ଯୁଗେ ଯୁଗେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି । ଏହାର ଅନେକ ଐତିହାସିକ ଏବଂ ପୌରଣିକ କିମ୍ବଦନ୍ତୀ ରହିଛି । ପଞ୍ଚଦଶ ଶତାବ୍ଦୀରେ ଏହା ମହାକବି କାଳିଦାସଙ୍କୁ ମହାକାବ୍ୟ ମେଘଦୂତ ରଚନା କରିବାକୁ ପ୍ରେରିତ କରିଛି ଏବଂ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ମା ସୀତା ଓ ଲକ୍ଷ୍ମଣଙ୍କ ସହିତ ବନବାସ ସମୟରେ ନିଜର ପ୍ରାକୃତିକ ସୌନ୍ଦର୍ଯରେ ବିମୋହିତ କରି ଏଠାରେ କିଛିଦିନ ବିତେଇବାକୁ ବାଧ୍ୟ କରିଛି । ଏହି ଅଞ୍ଚଳରେ ରାମାୟଣର ଅନେକ ସ୍ମାରକୀ ରହିଛି, ଯାହା ଏହି ମାଟି ସହିତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସଂପର୍କକୁ ପ୍ରମାଣିତ କରୁଛି । ଏଭଳି ଏକ ସ୍ମାରକୀ ରହିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବୋଣ୍ଡଘାଟି ଉପରେ । ଏଠାରେ ରହିଛି ବନବାସ ସମୟରେ ମା ସୀତାଙ୍କ ସ୍ନାନକୁଣ୍ଡ ଏବଂ ପଦଚିହ୍ନ ।
ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ବଣ୍ଡାଘାଟି ଅବସ୍ଥିତ । ପୂର୍ବ ଘାଟ ପର୍ବତମାଳାର ଏହି ପାହାଡ ଉପରେ ସମୁଦ୍ର ପତନ ଠାରୁ ପ୍ରାୟ ୪୦୦୦ ଫୁଟ ଉପରେ ଚାରୋଟି ଗ୍ରାମ ପଞ୍ଚାଯତର ୩୨ଟି ଗ୍ରାମରେ ସଂରକ୍ଷିତ ଆଦିବାସୀ ଜନଜାତି ବଣ୍ଡା ମାନେ ବସ କରନ୍ତି । ଓଡିଶାରେ ଅନେକ ଆଦିବାସୀ ସଂପ୍ରଦାୟ ବାସ କରନ୍ତି କିନ୍ତୁ ଏଠାରେ ବାସକରୁଥିବା ବଣ୍ଡା ଆଦିବାସୀ ମାନଙ୍କ ସଂସ୍କୃତି ଓ ଜୀବନଶୈଳୀ ସମସ୍ତଙ୍କ ଠାରୁ ଭିର୍ଣ ଅଟେ । ଏଠାକୁ ଯିବାକୁ ଖଇରପୁଟ ଠାରୁ ଏକ ଘାଟି ରାସ୍ତା ଦେଇ ଯିବାକୁ ହେବ । ଏହି ଘାଟିରାସ୍ତା ସେଇ ପ୍ରାୟ 25 KMs ଯିବାପରେ ଆସିଥାଏ ମୁଦୁଲିପଡା । ଏହି ପହଡର ଶୀର୍ଷ ଦେଶରେ ମା ସୀତାଙ୍କ ସ୍ନାନକୁଣ୍ଡ ,ଯାହା ସୀତାକୁଣ୍ଡ ନାମରେ ନାମିତ ,ଅବସ୍ଥିତ । ସୀତାକୁଣ୍ଡର ପାର୍ଶ୍ଵରେ ଏକ ପଥର ଉପରେ ମା ସୀତାଙ୍କ ପଦ ଚିହ୍ନ ଦେଖିବାକୁ ମିଳେ ।
କିମ୍ବଦନ୍ତୀ ଅନୁସାରେ ଏହାରେ ବନବାସ ସମୟରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ,ଲକ୍ଷ୍ମଣ ଓ ମା ସୀତାଙ୍କ ସହିତ କିଛିଦିନ ରହିଥିଲେ । ସେହି ସମୟରେ ସୀତା ମୁଦୁଲିପଡା ନିକଟରେ ଥିବା ଏକ କୁଣ୍ଡରେ ସ୍ନାନ କରୁଥିଲେ । ସେହି କୁଣ୍ଡ ଏବେ ମଧ୍ୟ ସେଠାରେ ରହିଛି ,ଯାହାକୁ ସୀତକୁଣ୍ଡ ନାମରେ ନାମିତ କରାଯାଇଛି । ଏଠାରେ ଥିବା ଏକ ପଥର ଉପରେ ମା ସୀତାଙ୍କ ପଦ ଚିହ୍ନ ମଧ୍ୟ ଦେଖିବାକୁ ମିଳେ । ବଣ୍ଡା ସଂପ୍ରଦାଯ ଲୋକେ ଅର୍ଦ୍ଧନଗ୍ନ ହୋଇ ରହୁଥିଲେ । କେବଳ ଗୋଟିଏ ଛୋଟ କପଡା ଯାହାକୁ ସେମାନଙ୍କ ଭାଷାରେ "ରିଙ୍ଗା" କୁହାଯାଏ ତାହା ପରିଧାନ କରୁଥିଲେ ଏବଂ ସେମାନଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ନିର୍ମିତ ମାଳୀ ପିନ୍ଧୁଥିଲେ ।
ସମୟ ବଦଳିଛି ଓ ସମୟ ସହ ବଦଳିଛି ବଣ୍ଡା ସଂପ୍ରଦାୟର ବେଶଭୁଷା ଓ ଚାଲିଚଳନ । ସରକାରଙ୍କ ଦ୍ଵାରା ଏହି ଆଦିମ ଜନଜାତିର ବିକାଶ ପାଇଁ ବିଭିର୍ଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । 1977 ମସିହାରେ ସରକାରଙ୍କ ଦ୍ଵାରା ସ୍ଥପିତ "ବୋଣ୍ଡା ଉରନୟନ ସଂସ୍ଥା "ମାଧ୍ୟମରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନବରତ ପ୍ରୟାସ ଚାଲିଛି । ଆଧୁନିକତାର ସ୍ଵର୍ଷରେ ବଦଳିଛି ଏମାନଙ୍କ ଜୀବନ ଶୈଳୀ । ଏଠାର ଯୁବକ ଯୁବତୀ ଶିକ୍ଷିତ ହେଲେଣି । ଆଧୁନିକ ଯୁଗ ସହ ତାଳ ଦେଇ ଏମାନେ ମଧ୍ୟ ଅପଣେଇଲେଣି ଆଧୁନିକ ବେସ ଭୁସା ।
souces of information: wikipedia , indiatogether
Comments
Post a Comment