Posts

Showing posts from January, 2020

ଶାବର ସଂସ୍କୃତିର ପ୍ରତୀକ ,ସାବର ଶ୍ରୀକ୍ଷେତ୍ର ,କୋରାପୁଟ

Image
                 ଓଡିଶାର ଅବସ୍ଥିତ ବିଖ୍ୟାତ ମନ୍ଦିର ମାନଙ୍କ ମଧ୍ୟରୁ କୋରାପୁଟରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏହା ଶାବର ଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ । ଯେହେତୁ ଏହା ଏଠାରେ ବାସ କରୁଥିବା  ଆଦିମ ଆଦିବାସୀ  ଶବର ସଂପ୍ରଦାୟର ଲୋକ ପୂଜା କରନ୍ତି  ଏଣୁ ଏହାକୁ ଏଭଳି ନମିତ କରାଯାଇଛି ।  ଏଠାରେ ସବୁ ରୀତି ନୀତି  ଶ୍ରୀମନ୍ଦିର ଅନୁଶାରେ ହୁଏ । ପୁରୀ ଶ୍ରୀମନ୍ଦିର ଠାରେ ପ୍ରବେଶ ଦ୍ଵାର ଠାରେ ଜେଭଳି ବାଇଶି ପାହାଚ ଆଛି ଏଠାରେ ମଧ୍ୟ ବାଇଶି ପାହାଚ ଅଛି  । ପୁରୀ ଭଳି ଏଠାରେ ମଧ୍ୟ ଆନନ୍ଦ ବଜାର ଅଛି ଯେଉଠି ଅଭଡା ମିଳେ ।         ରଥ ଯାତ୍ରା ବେଳେ ଶବର ଆଦିବାସୀ ସଂପ୍ରଦାୟର ଲୋକେ ଦଇତାପତିର ଭୂମିକା ନିର୍ବାହ କରନ୍ତି । ରଥ ଉପରେ ପ୍ରଭୁ  ଜଗନ୍ନାଥଙ୍କୁ ଛେରା ପହଁରା ପରେ ପ୍ରଥମେ ଶବରମାନେ ଆଣିଥିବା ଫଳମୂଳ ଭୋଗ କରାଯାଏ ଏହା  ପରେ ଅନ୍ୟ ମାନେ ଆଣିଥିବା  ଭୋଗ କରାଯାଏ  । ପୁରୀ ଶ୍ରୀମନ୍ଦିରରେ ରଥଯାତ୍ରା ସମୟରେ ଠାକୁର ରାଜା ଗଜପତି ମହାରାଜ ଛେରା ପହଁରା କରିବାର ବ୍ୟବସ୍ଥା ଥିଲାବେଳେ ଏଠାରେ କିନ୍ତୁ ଆଦିବାସୀ ନାୟକ ଛେରା ପହଁରା କରିବାର ବ୍ୟବସ୍ଥା ଅଛି । ରଥ ଉପରେ ଆଦିବାସୀ ନାୟକଙ୍କୁ ଶିରୋପା ବାନ୍ଧି ସମ୍ମାନୀତ କରାଯାଏ ।         ଏଠାରେ ପୂଜା ପାଉଥିବା ତିନି ଠାକୁରଙ୍କ ପାବନ ପ୍ରତିମୂର୍ତି ପାଞ୍ଚ ଦଶକ ତଳେ ନିର୍ମିତ ହୋଇଥିଲା । ଏଠାରେ ପୂଜା ପାଉଥିବା ଶ୍ରୀ ଜୀଉ ମାନଙ୍କ ବିଗ୍ରହ

କୋରାପୁଟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ,ଡୁଡୁମା ଜଳପ୍ରପାତ ,ମାଛକୁଣ୍ଡ

Image
    ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ  ସ୍ଥଳୀ ମାନଙ୍କ ମଧ୍ୟରେ ଡୁଡୁମା ଜଳପ୍ରପାତ ଅନ୍ୟତମ । ଏହା କେବଳ  ରାଜ୍ୟ କିମ୍ବା ଦେଶ ନୁହ ଦେଶ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କୁ ଅକୃଷ୍ଠ କରିବାରେ ସଫଳ ହୋଇଛି । ଏହା ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ର ସୀମାରେ ଅବସ୍ଥିତ । ଓଡିଶାର କୋରାପୁଟ ଜିଲ୍ଲା ର ଲମତାପୁଟ ବ୍ଲକର ମାଛକୁଣ୍ଡ ଠାରେ ଏହା ଅବସ୍ଥିତ । କୋରାପୁଟର ଜୟପୁର ଠାରୁ ଏହାର ଦୂରତା ପ୍ରାୟ 62 କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ ର ବିଶାଖପଟନା ଠାରୁ ପ୍ରାୟ 175 କିଲୋମିଟର ଅଟେ ।            ଏଠାକୁ ଯିବା ପାଇଁ ଜୟପୁରରୁ ବାଇପରିଗୁଡା ରାସ୍ତାରେ ଯାଇ ପତ୍ରପୁଟ ନିକଟସ୍ଥ କୋଟା ଛକ ଠାରେ ବାମପଟେ ବୁଲିବାକୁ ହେବ । ସେହି ରାସ୍ତାରେ ଯାଇ ଲମତାପୂଟ ଠାରେ ଡାହାଣ ପଟେ ବୁଲି ଯିବାକୁ ହେବ ।ଏହି ବାଟରେ 24 କିଲୋମିଟର ଗଲେ ପଡେ ଡୁଡୁମା ଜଳ ପ୍ରପାତ । ବର୍ତମାନ ଏଠାରେ ପର୍ଯ୍ୟଟନ ବିଭାଗ ତରଫରୁ ଆବଶ୍ୟକୀୟ ଭିତିଭୂମି ବିକାଶ କରାଯାଉଛି । ଏଠାରେ ତିଆରି ହୋଇଥିବା ଭିଉ ପୋଏଣ୍ଟରୁ ଜଳ ପ୍ରପାତ ଖୁବ ରମଣୀୟ ଲାଗେ । ଏଠାରୁ ଜଳ ପ୍ରପାତର ଉପର ପଟୁ ଦୃଶ୍ୟ ଦେଖି ହୁଏ । ସେଠାରୁ ଡାହାଣ ପଟେ ଥିବା ପାହାଚ ଦ୍ଵାରା ଜଳପ୍ରପାତର ତଳକୁ ଯାଇହୁଏ । ସେଠାରୁ ଜଳପ୍ରପାତ ତଳୁ ଏହାର ଦୃଶ୍ୟ ଅତ୍ୟନ୍ତ ଅକର୍ଷନୀୟ ଅଟେ । ଏହି ଦୃଶ୍ୟ ଦେଖିବାକୁ ହେଲେ ପ୍ରାୟ 600 ପାହାଚ ଅଲହାଇବାକୁ ପଡେ ।         ଏଠାରେ ଥିବା ଜଳ ପ୍ରପାତ ଅତ୍ୟନ୍ତ ସୁନ୍ଦର ଅଟେ । ସ

କୋରାପୁଟ ର ନୂଆ ପର୍ଯ୍ୟଟନ ସ୍ଥଳୀ ,ପୁଞ୍ଜିସିଲ ଜଳ ପ୍ରପାତ

Image
କୋରାପୁଟ ର ପ୍ରକୃତିକ ସୌନ୍ଦର୍ଯ ଦେଶ ବିଦେଶ ର ପର୍ଯ୍ୟଟକ ଙ୍କୁ ସବୁବେଳେ ଅକୃଷ୍ଠ କରିଛି । ପର୍ଯ୍ୟଟନ ଦ୍ରୁଷ୍ଟି କୋଣ ରୁ ଏହା ଓଡିଶାର ଗୋଟିଏ ବିଶେଷ ଜିଲ୍ଲା ଅଟେ । ଏଠାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ  କେବଳ ଓଡିଶା ରେ କିମ୍ବା ଭାରତରେ ନୁହ ସାରା ପୃଥିବୀରେ ମଧ୍ୟ ପ୍ରସିଦ୍ଧ । ଯେହେତୁ ଏହା ପାହାଡ ପର୍ବତରେ ଘେରା ଏଣୁ ଏବେ ମଧ୍ୟ  ଏଠାରେ  କିଛି ରମଣୀୟ ସ୍ଥାନ ରହିଛି ଯାହା ଲୋକ ଲୋଚନକୁ  ଆସିପାରୁ ନାହି । ବର୍ତମାନ ସରକାରଙ୍କ ବିଭିର୍ଣ ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁଁ ଏଠାର  ଗମନା ଗମନ ଏବଂ ଯୋଗାଯୋଗ କ୍ଷେତ୍ରରେ ଉର୍ନତି ହେଲାଣି । ଏଣୁ ଏଠାର ବିଭିର୍ଣ ରମଣୀୟ ସ୍ଥାନ ଲୋକଲୋଚନ କୁ ଆସିବାରେ ଲାଗିଛି ଯାହା ବିଷୟରେ ଲୋକ ଜାଣି ପାରୁ ନଥିଲେ । ଏଭଳି ଏକ ରମଣୀୟ ପର୍ଯ୍ୟଟନ ସ୍ଥଳୀ ହେଉଛି ପୋଡଗଡ ଠାରୁ କିଛି ଦୂରରେ ଥିବା ପୁଞ୍ଜିସିଲ ଜଳ ପ୍ରପାତ । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜଙ୍ଗ ଗ୍ରାମ ପଞ୍ଚାଯତ ରେ ଏହା ଅବସ୍ଥିତ ।  ବର୍ତମାନ ଏହି ସ୍ଥାନ କୁ ସରକାରଙ୍କ ତରଫରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦିଆଯାଇଛି । ଏହାର ଭିତ୍ତି ଭୂମିର ବିକାଶ ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯିବାକୁ ସରକାର  ସରକାରଙ୍କ ଦ୍ଵାରା କରାଯାଉଛି  ।   କୋରାପୁଟ ଠାରୁ ଏଠାର ଦୂରତା ପ୍ରାୟ 23 କିଲୋମିଟର । କୋରାପୁଟ ରୁ ଏଠାକୁ ଯିବାକୁ ହେଲେ ରାୟଗଡ଼ ରାସ୍ତା ରେ ଯିବାକୁ ପଡିବ । ରାୟଗଡ଼ ରାସ୍ତାରେ ପୋଡଗଡ ଠାରୁ

ଐତିହାସିକ ରହସ୍ୟପୂର୍ଣ ଆଧ୍ୟାତ୍ମିକ କ୍ଷେତ୍ର, କୋରାପୁଟର କୁଟୁଣି ପଦର

Image
            ପ୍ରାକୃତିକ  ପରିବେଶରେ ପରିପୂର୍ଣ କୋରାପୁଟରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । କୋରପୁଟ ସଦା ସର୍ବଦା ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିଛି । କିଏ ଏଠାକୁ ଏହାର ସୁନ୍ଦର ସବୁଜିମାକୁ ଦେଖି ଅକୃଷ୍ଟ ହୋଇଛି ତ, କିଏ ଏଠାର ସଂସ୍କୃତି ସମ୍ପର୍ଣ ଆଦିବାସୀ ମାନଙ୍କ ଜୀବନ ଶୈଳୀ ଦେଖିବାକୁ ଆସୁଛି । କିନ୍ତୁ ଏଠାରେ ଏଭଳି ଏକ ଐତିହାସିକ ସ୍ଥାନ  କିଛି ଦିନ ହେବ ଚର୍ଚାର ବିଷୟ ବସ୍ତୁ ପାଲଟିଛି, ଯାହା ଦୀର୍ଘ ଚାରି ପାଞ୍ଚ ଦଶକ ହେଲା ସମସ୍ତଙ୍କ ଦ୍ରୁଷ୍ଟି ଅଗୋଚରରେ ଥିଲା ।  ଆଜିକାଲି ସୋସିଆଲ ମିଡିଆ ଯୋଗୁଁ ତାହା ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି । ସେଠାକୁ ଯାଇଥିବା ଦର୍ଶକ ମାନଙ୍କୁ ରହସ୍ୟନ୍ମିତ କରୁଛି ସେଠାରେ ଥିବା ପ୍ରାଚୀନ ପ୍ରତିମୁର୍ତୀ  ଏବଂ ଅସଂଖ୍ୟ ଶିବଲିଙ୍ଗ ଗୁଡିକ ।    କୋରାପୁଟ ଠାରୁ ପ୍ରାୟ 51 କିଲୋମିଟର ଦୂରରେ ଏହି ଐତିହାସିକ ସ୍ଥାନ  ଅବସ୍ଥିତ । କୋରାପୁଟ ଠାରୁ ରାୟଗଡ଼ ଯିବା ରାସ୍ତାରେ କାକୀରିଗୁମ୍ମା ପରେ ଏକ ଛୋଟ ଗାଁ ପଡେ କୁସୁମଗୁଡା । ସେଠାରୁ ବାମପଟେ ଥିବା ଏକ ସଙ୍କୀର୍ଣ ରାସ୍ତାରେ ପ୍ରାୟ 4 କିଲୋମିଟର ଗଲେ ପଡେ କୁଟୁଣି ପଦର । ଏଠାରେ ରେଲ୍ଲି ସାମ୍ପ୍ରଦୟର ଲୋକ  ବସ କରନ୍ତି । ଏଠାର ଏକ ଛଟ ପାହାଡ ଉପରେ ଏକ ମନ୍ଦିର ଅଛି । ଏଠାରେ ପୂଜା ପାଆନ୍ତି ବାବା ମୁକ୍ତେଶ୍ଵର ଏବଂ ମା ସଙ୍କଟ ତାରିଣୀ । ଏଠାର ପରିପାର୍ଶ୍ଵିକ ପରିବେଶ ଅତ୍ୟନ୍ତ ରହସ୍ୟ ପୂର୍ଣ ।  ଏଠାରେ ଅନେକ ପୁ

କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ବାବା ଗୁପ୍ତେଶ୍ଵରର ଐତିହାସିକ ରହସ୍ୟ

Image
       ଭାରତରେ  ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ମାନଙ୍କ ମଧ୍ୟରେ ଗୁପ୍ତେଶ୍ଵର ପୀଠ ଅନ୍ୟତମ । ଏହା କୋରାପୁଟ ଜିଲ୍ଲାରେ  ଅବସ୍ଥିତ । ଏହାର ଦୂରତା କୋରାପୁଟ ଠାରୁ        ୭୮ କିଲୋମିଟର  ଏବଂ ଜଯପୁର ଠାରୁ   ୫୫ କିଲୋମିଟରଅଟେ । ଏଠାରେ ଗୁମ୍ଫା ଭିତରେ ଥିବା ବିଶାଳ ଶିବଲିଙ୍ଗ ସ୍ଵୟଂ ଶମ୍ଭୁ ଅଟେ । ଅର୍ଥାତ ମହାଦେବ  ନିଜେ ସେଠାରେ ଆବିର୍ଭାବ ହୋଇଛନ୍ତି ।  ଏଠାକୁ ଯିବା ପାଇଁ ଜୟପୁରଠାରୁ ବସର ସୁବିଧା ଅଛି ସେଥିରେ ଯାଇପରିବେ କିମ୍ବା ନିଜ ଗାଡିରେ ଯାଇ ପାରିବେ ।           ଗୁପ୍ତେଶ୍ଵର ପୀଠର  ମାହାତ୍ମ୍ୟ ତ୍ରେତାୟା ଯୁଗ  ସହ ଯୋଡି ହୋଇଛି । କିମ୍ବଦନ୍ତୀ  ଅନୁସାରେ ରାମାୟଣରେ  ମହାପ୍ରଭୁ ରାମଚନ୍ଦ୍ର  ମାତା ଜାନକୀ ଏବଂ ଲକ୍ଷ୍ମଣଙ୍କ  ସହ ବନବାସ ନିମନ୍ତେ  ଦଣ୍ଡକାରଣ୍ୟ  ଯିବାବେଳେ ଏହି ବାଟ ଦେଇ ଯାଇଥିଲେ । ସେମାନେ ଏଠାରେ ମହାଦେବଙ୍କୁ ପୂଜା କରୁଥିଲେ । ଏଣୁ ଏହି ଅଞ୍ଚଳକୁ ରାମଗିରି କୁହାଯାଏ । କେବଳ ସେତିକି ନୁହଁ ,ରାମାୟଣର ସବରୀଙ୍କ ନାମାନୁସାରେ ଗୁପ୍ତେଶ୍ଵର ପାର୍ଶ୍ଵ ଦେଇ ଯାଇଥିବା ନଦୀକୁ ଶାବରୀ ନଦୀ କୁହାଯାଏ ।        ପଞ୍ଚଦଶ ଶତାବ୍ଦୀର ବିଖ୍ୟାତ କବି କାଳିଦାସ ରାମଗିରି ଅଞ୍ଚଳର ପ୍ରକୃତିକ ସୌନ୍ଦର୍ଜ୍ୟରେ ବିମହିତ ହୋଇଥିଲେ । ସେ ତାଙ୍କର ସୁ ବିଖ୍ୟାତ ଗ୍ରନ୍ଥ  ମେଘଦୂତରେ  ରାମଗିରି ବିଷୟରେ ବର୍ଣନା କରିଛନ୍ତି  । କିଛି ଲୋକଙ୍କ ମତରେ କାଳିଦାସ ଏହି ଅଞ୍ଚଳରେ ରହି ମେଘଦୂତ ରଚନା କରିଥି

ପ୍ରକୃତିକ କୋଳରେ ମା ବାଳକୁମାରୀ ପୀଠ ,ଚିକିଟି ଗଞ୍ଜାମ ।

Image
    ବଳକୁମାରୀ ମନ୍ଦିର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ଗଞ୍ଜାମ ଜିଇଲ ଚିକିଟି ବ୍ଲକ ସହର ମହକୁମା ,ଚିକିଟି ଠାରୁ ପ୍ରାୟ 14 KMS ଦୂରରେ ଅବସ୍ଥିତ ଏବୋମ ବ୍ରହ୍ମପୁର ଠାରୁ ପ୍ରାୟ 33  KMs ଦୂରରେ ଅବସ୍ଥିତ । କେରାଣ୍ଡିମଳ ପର୍ବତ ଉପରେ ମା ଙ୍କ ମନ୍ଦିର ଅବସ୍ଥିତ । ଚିକିଟି ଠାରୁ 29 ନମ୍ବର ରାଜ୍ୟ ରାଜପଥରେ kmsଯିବାପରେ ଘନଘର ପଡେ ସେଠାରୁ ବାମ ପଟେ ବୁଲି କିଛିଦୂର ଗଳାପରେ ରାମଗୁଡା ପଡେ ,ସେଠାରୁ କିଛିଦୂର କେରାଣ୍ଡିମଳ ପର୍ବତ ଦେଇ ଯିବାପରେ ପଡେ ମା ବଳକୁମାରୀଙ୍କ ମନ୍ଦିର  ।      ଆଗରୁ ଏଠାକୁ ଯିବାପାଇ ରାମଗୁଡା ଠାରୁ  ପ୍ରାୟ 1272 ପାହାଚ ଚଢି ଯିବାକୁ  ପଡୁଥିଲା । କିନ୍ତୁ ବର୍ତମାନ ସରକାରଙ୍କ ଉଦ୍ୟମରେ ମନ୍ଦିରର ଶୀର୍ଷ ଦେଶରେ ଅବସ୍ଥିତ ମାଙ୍କ ମନ୍ଦିର ପାଖକୁ ପକ୍କା ରାସ୍ତା ହେଇସାରିଛି ,ଯାହା ଫଳରେ ଭକ୍ତ ମାନେ ପଦରେ ନ ଚାଲି ସିଧା ସଳଖ ମା ଙ୍କ ପିଠ ଠାରେ ଗାଡିରେ ପହଞ୍ଚି ପାରୁଛନ୍ତି  । ରାମଗୁଡା ଠାରୁ ଆ ଙ୍କ ପାଖକୁ ଥିବା ନୂତନ ରାସ୍ତା ରେ ଗଲାବେଳେ ଏହାର ସୁନ୍ଦରତ ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିଥାଏ । ଏହା ଦେଖିବାକୁ ଯେତେ ସୁନ୍ଦର ସେତେ ରୋମାଞ୍ଚକର । ଏହି ଘଟି ଦେଇ ଯିବା ପାଇଁ ଅଭିଜ୍ଞ ଚାଳକ ଆବଶ୍ୟକ । ଏହି ରାସ୍ତା ଦେଇ ଗଲାବେଳେ କିଛି ସମୟ ପାଇଁ ଊଟି କିମ୍ବା ମାନାଲିର ଭ୍ରମ ସୃଷ୍ଟି କରିଥାଏ । ।   ମନ୍ଦିର ପରିଚାଳନା ଖୁବ ବ୍ୟବସ୍ଥିତ ଭାବରେ ହୋଇଥାଏ । ଏଥରେ ପର୍ଯ୍ୟଟକ ଙ୍