Posts

ଶାବର ସଂସ୍କୃତିର ପ୍ରତୀକ ,ସାବର ଶ୍ରୀକ୍ଷେତ୍ର ,କୋରାପୁଟ

Image
                 ଓଡିଶାର ଅବସ୍ଥିତ ବିଖ୍ୟାତ ମନ୍ଦିର ମାନଙ୍କ ମଧ୍ୟରୁ କୋରାପୁଟରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏହା ଶାବର ଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ । ଯେହେତୁ ଏହା ଏଠାରେ ବାସ କରୁଥିବା  ଆଦିମ ଆଦିବାସୀ  ଶବର ସଂପ୍ରଦାୟର ଲୋକ ପୂଜା କରନ୍ତି  ଏଣୁ ଏହାକୁ ଏଭଳି ନମିତ କରାଯାଇଛି ।  ଏଠାରେ ସବୁ ରୀତି ନୀତି  ଶ୍ରୀମନ୍ଦିର ଅନୁଶାରେ ହୁଏ । ପୁରୀ ଶ୍ରୀମନ୍ଦିର ଠାରେ ପ୍ରବେଶ ଦ୍ଵାର ଠାରେ ଜେଭଳି ବାଇଶି ପାହାଚ ଆଛି ଏଠାରେ ମଧ୍ୟ ବାଇଶି ପାହାଚ ଅଛି  । ପୁରୀ ଭଳି ଏଠାରେ ମଧ୍ୟ ଆନନ୍ଦ ବଜାର ଅଛି ଯେଉଠି ଅଭଡା ମିଳେ ।         ରଥ ଯାତ୍ରା ବେଳେ ଶବର ଆଦିବାସୀ ସଂପ୍ରଦାୟର ଲୋକେ ଦଇତାପତିର ଭୂମିକା ନିର୍ବାହ କରନ୍ତି । ରଥ ଉପରେ ପ୍ରଭୁ  ଜଗନ୍ନାଥଙ୍କୁ ଛେରା ପହଁରା ପରେ ପ୍ରଥମେ ଶବରମାନେ ଆଣିଥିବା ଫଳମୂଳ ଭୋଗ କରାଯାଏ ଏହା  ପରେ ଅନ୍ୟ ମାନେ ଆଣିଥିବା  ଭୋଗ କରାଯାଏ  । ପୁରୀ ଶ୍ରୀମନ୍ଦିରରେ ରଥଯାତ୍ରା ସମୟରେ ଠାକୁର ରାଜା ଗଜପତି ମହାରାଜ ଛେରା ପହଁରା କରିବାର ବ୍ୟବସ୍ଥା ଥିଲାବେଳେ ଏଠାରେ କିନ୍ତୁ ଆଦିବାସୀ ନାୟକ ଛେରା ପହଁରା କରିବାର ବ୍ୟବସ୍ଥା ଅଛି । ରଥ ଉପରେ ଆଦିବାସୀ ନାୟକଙ୍କୁ ଶିରୋପା ବାନ୍ଧି ସମ୍ମାନୀତ କରାଯାଏ ।         ଏଠାରେ ପୂଜା ପାଉଥିବା ତିନି ଠାକୁରଙ୍କ ପାବନ ପ୍ରତିମୂର୍ତି ପାଞ୍ଚ ଦଶକ ତଳେ ନିର୍ମିତ ହୋଇଥିଲା । ଏଠାରେ ପୂଜା ପାଉଥିବା ଶ୍ରୀ ଜୀଉ ମାନଙ୍କ ବିଗ୍ରହ

ସ୍ଵାଧୀନତା ସଂଗ୍ରାମରେ ପାପଡାହାଣ୍ଡିର ବୀରତ୍ଵ ପୂର୍ଣ ବଳିଦାନ

Image
             ଭାରତୀୟ ଜାତୀୟ ସ୍ଵାଧୀନତା ସଂଗ୍ରାମ ଅନେକ ରୋମାଞ୍ଚକର ଘଟଣାବଳିରେ ପରିପୂର୍ଣ ଅଟେ । ଏହି ସଂଗ୍ରାମରେ ଦେଶର କୋଣ ଅନୁକୋଣରୁ ଅନେକ ଅନେକ ବୀର ମାନେ ସେମାନଙ୍କ ବୀରତ୍ଵର ପରିଚୟ ଦେଇଛନ୍ତି । ସେଥି ପାଇଁ ଅନେକ କାରାବରଣ କରିଛନ୍ତି ଏବଂ ଅନେକ ବୀର ପୁରୁଷ ସେମାନଙ୍କ ପ୍ରାଣ ବଳି ମଧ୍ୟ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ନାମ ଇତିହାସ ପ୍ରୁଷ୍ଠାରେ ଆଲୋଚିତ ହୋଇଛି ତ ଆଉ କିଛିଙ୍କ ନାମ ଅନଲୋଚିତ ନ ହୋଇ ରହି ଯାଇଛି । ସେଭଳି ଏକ ବୀରତ୍ଵ ପୂର୍ଣ ଘଟଣା ଯାହା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରର ପାପଡାହାଣ୍ଡି ଠାରେ ଘଟିଥିଲା ଯେଉଥି ପାଇଁ ଆମେ ଓଡିଶା ବାସି ଗର୍ବ ଅନୁଭବ କରିବା କଥା । ଏହି ଘଟଣାରେ 19 ଜଣ ବୀର ସହିଦ ହୋଇଥିଲେ ଏବଂ 300ରୁ ଅଧିକ ଆହତ ହୋଇଥିଲେ ।       ଭାରତୀୟ ଜାତୀୟ କଂଗ୍ରେସ ବମ୍ବେ ଅଧିବେଶନରେ ଭାରତ ଛାଡ ଆନ୍ଦୋଳନ ପାଇଁ ନିସ୍ପତି ଗ୍ରହଣ କରଯାଇଥିଲା । ଯାହା ଭାରତୀୟ ମାନଙ୍କ ମନରେ ଏକ ଅପୂର୍ବ ଉସ୍ଥାହ ଆଣି ଦେଇଥିଲା । ଏଥିରେ ଉତ୍ଚାହିତ ହୋଇ ଦେଶର କୋଣ ଅନୁକୋଣରୁ ଲୋକେ ଏହି ଆନ୍ଦୋଳନ କୁ ସଫଳ କରିବାକୁ ସମସ୍ତେ ଲାଗି ପଡିଲେ । ଏଥିରୁ ବାଦ ପଡିନଥିଲା ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟର ପାପଡାହାଣ୍ଡି ଅଞ୍ଚଳ । ଗନ୍ଧଜୀ ଙ୍କ ଆହ୍ଵାନରେ ଏଠାକାର ଆଦିବାସୀ ମାନେ ମଧ୍ୟ ଗାନ୍ଧୀଜୀଙ୍କ  ଆନ୍ଦୋଳନ ରେ ଯୋଗ ଦେଇଥିଲେ । ଏଥି ନିମନ୍ତେ ସ୍ଥାନେ ସ୍ଥାନେ ସଭା କର ଯାଉଥିଲା ।  

ଇତିହାସର ମୁକ ସାକ୍ଷୀ,କୋରାପୁଟର ସୁବାଇ ଜୈନ ମନ୍ଦିର

Image
     କୋରାପୁଟ ଜିଲ୍ଲାରେ ଅନେକ ଐତିହାସିକ ସ୍ଥାନ ରହିଛି । ଏହା ସର୍ବଧର୍ମ ସମଭାବର ଏକ ପ୍ରତୀକ ଅଟେ । ଏଠାରେ ବିଭିର୍ଣ ଧର୍ମାବଲମ୍ବି ଲୋକମାନେ ବସ କରନ୍ତି ଏବଂ ବିଭିର୍ଣ ଧର୍ମର ଉପାସନା ସ୍ଥଳୀ ଦେଖାଯାଏ । ଜୈନ ଧର୍ମ ସହ କୋରାପୁଟର ସ୍ଵତନ୍ତ୍ର ସମ୍ପର୍କ ରହିଛି । କୋରାପୁଟ ଜିଲ୍ଲାର ବିଭିର୍ଣ ସ୍ଥାନରେ ଜୈନ ଧର୍ମର ଉପାସନା ସ୍ଥଳୀ ମାନ ଦେଖାଯାଏ ।         ଏଭଳି ଏକ ଜୈନ ଉପାସନା ସ୍ଥଳୀ ଦେଖାଯାଏ କୋରାପୁଟ ଠାରୁ ପ୍ରାୟ 34 କିଲୋମିଟର  ଦୂରରେ ଅବସ୍ଥିତ ଏକ ଛୋଟ ଗାଁ ସୁବାଇ ଠାରେ  । ଏଠାରେ ଅବସ୍ଥିତ ଚତୁର୍ଥ ଶତାବ୍ଦୀର ଏକ ଭଗ୍ନ ପୁରାତନ ଜୈନ ମନ୍ଦିର । ଏହି ମନ୍ଦିରରେ ଅଛି କିଛି ଦୁର୍ଲଭ ପୁରାତନ ଜୈନ ମୂର୍ତି । ଏଠାରେ ରହିଛି ପାଞ୍ଚଟି ଛୋଟ ଛୋଟ ମନ୍ଦିର । ଏଥିରୁ ଗୋଟିଏ ମନ୍ଦିରରେ ରହିଛି ଋଷଭନାଥଙ୍କ ପ୍ରତିମୁର୍ତୀ । ଏହାର ଚତୁପାର୍ଶ୍ଵରେ  ରହିଛି ତୀର୍ଥଙ୍କରଙ୍କ ପ୍ରତିମୁର୍ତୀ ।  ଏଠାରେ ଆହୁରି ମଧ୍ୟ ଚାରିଟି ହାତ ଥିବା ତାରାଙ୍କ ପ୍ରତିମୁର୍ତୀ ଦେଖାଯାଏ । ଏଠାରେ ଥିବା ଅନ୍ୟ ମନ୍ଦିର ଗୁଡିକ ଆଂଶିକ ଭାବରେ ଭଗ୍ନାବସ୍ତାରେ ରହିଛି ।       ଐତିହାସିକ ମାନଙ୍କ ମତରେ ଏହି ମନ୍ଦିର ଚତୁର୍ଥ ଶତାବ୍ଦୀରେ ନିର୍ମିତ ହୋଇଥିଲା । ସେଇ ସମୟରେ କୋରାପୁଟକୁ ରତ୍ନ ପଥର ବ୍ୟବସାୟ ପାଇଁ ଆସିଥିବା ଜୈନ ଧମବଲମ୍ବୀ  ବ୍ୟବସାୟୀ ମାନେ ଏହାକୁ ନିର୍ମାଣ କରିଥିଲେ । ଏଠାରେ ସେମାନେ ମହାବୀର ,ପାର୍ଶବନାଥ ,ଋଷବନାଥ ଏବଂ

ବୋଣ୍ଡାଘଟିରେ ରାମାୟଣର ସ୍ମାରକୀ ,ସୀତାକୁଣ୍ଡ ଏବଂ ମା ସୀତାଙ୍କ ପଦଚିହ୍ନ

Image
                ପ୍ରାକୃତିକ ସୌନ୍ଦର୍ଯରେ ଭରା ଅବିଭକ୍ତ କୋରାପୁଟ ଅଞ୍ଚଳ ଯୁଗେ ଯୁଗେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି । ଏହାର ଅନେକ ଐତିହାସିକ ଏବଂ ପୌରଣିକ କିମ୍ବଦନ୍ତୀ ରହିଛି । ପଞ୍ଚଦଶ ଶତାବ୍ଦୀରେ  ଏହା ମହାକବି କାଳିଦାସଙ୍କୁ ମହାକାବ୍ୟ ମେଘଦୂତ ରଚନା କରିବାକୁ ପ୍ରେରିତ କରିଛି ଏବଂ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ମା ସୀତା ଓ ଲକ୍ଷ୍ମଣଙ୍କ ସହିତ ବନବାସ ସମୟରେ ନିଜର ପ୍ରାକୃତିକ ସୌନ୍ଦର୍ଯରେ  ବିମୋହିତ କରି ଏଠାରେ କିଛିଦିନ ବିତେଇବାକୁ ବାଧ୍ୟ କରିଛି । ଏହି ଅଞ୍ଚଳରେ  ରାମାୟଣର ଅନେକ ସ୍ମାରକୀ ରହିଛି, ଯାହା ଏହି ମାଟି ସହିତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସଂପର୍କକୁ ପ୍ରମାଣିତ କରୁଛି । ଏଭଳି ଏକ ସ୍ମାରକୀ ରହିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର  ବୋଣ୍ଡଘାଟି ଉପରେ । ଏଠାରେ ରହିଛି ବନବାସ ସମୟରେ  ମା ସୀତାଙ୍କ ସ୍ନାନକୁଣ୍ଡ ଏବଂ ପଦଚିହ୍ନ ।           ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ବଣ୍ଡାଘାଟି ଅବସ୍ଥିତ । ପୂର୍ବ ଘାଟ ପର୍ବତମାଳାର ଏହି ପାହାଡ ଉପରେ ସମୁଦ୍ର ପତନ  ଠାରୁ ପ୍ରାୟ ୪୦୦୦ ଫୁଟ ଉପରେ  ଚାରୋଟି ଗ୍ରାମ ପଞ୍ଚାଯତର ୩୨ଟି ଗ୍ରାମରେ  ସଂରକ୍ଷିତ ଆଦିବାସୀ ଜନଜାତି ବଣ୍ଡା ମାନେ ବସ କରନ୍ତି । ଓଡିଶାରେ ଅନେକ ଆଦିବାସୀ ସଂପ୍ରଦାୟ ବାସ କରନ୍ତି କିନ୍ତୁ ଏଠାରେ ବାସକରୁଥିବା ବଣ୍ଡା ଆଦିବାସୀ ମାନଙ୍କ ସଂସ୍କୃତି ଓ ଜୀବନଶୈଳୀ ସମସ୍ତଙ୍କ ଠାରୁ ଭିର୍ଣ ଅଟେ ।  ଏଠ

କୋରାପୁଟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ,ଡୁଡୁମା ଜଳପ୍ରପାତ ,ମାଛକୁଣ୍ଡ

Image
    ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ  ସ୍ଥଳୀ ମାନଙ୍କ ମଧ୍ୟରେ ଡୁଡୁମା ଜଳପ୍ରପାତ ଅନ୍ୟତମ । ଏହା କେବଳ  ରାଜ୍ୟ କିମ୍ବା ଦେଶ ନୁହ ଦେଶ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କୁ ଅକୃଷ୍ଠ କରିବାରେ ସଫଳ ହୋଇଛି । ଏହା ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ର ସୀମାରେ ଅବସ୍ଥିତ । ଓଡିଶାର କୋରାପୁଟ ଜିଲ୍ଲା ର ଲମତାପୁଟ ବ୍ଲକର ମାଛକୁଣ୍ଡ ଠାରେ ଏହା ଅବସ୍ଥିତ । କୋରାପୁଟର ଜୟପୁର ଠାରୁ ଏହାର ଦୂରତା ପ୍ରାୟ 62 କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ ର ବିଶାଖପଟନା ଠାରୁ ପ୍ରାୟ 175 କିଲୋମିଟର ଅଟେ ।            ଏଠାକୁ ଯିବା ପାଇଁ ଜୟପୁରରୁ ବାଇପରିଗୁଡା ରାସ୍ତାରେ ଯାଇ ପତ୍ରପୁଟ ନିକଟସ୍ଥ କୋଟା ଛକ ଠାରେ ବାମପଟେ ବୁଲିବାକୁ ହେବ । ସେହି ରାସ୍ତାରେ ଯାଇ ଲମତାପୂଟ ଠାରେ ଡାହାଣ ପଟେ ବୁଲି ଯିବାକୁ ହେବ ।ଏହି ବାଟରେ 24 କିଲୋମିଟର ଗଲେ ପଡେ ଡୁଡୁମା ଜଳ ପ୍ରପାତ । ବର୍ତମାନ ଏଠାରେ ପର୍ଯ୍ୟଟନ ବିଭାଗ ତରଫରୁ ଆବଶ୍ୟକୀୟ ଭିତିଭୂମି ବିକାଶ କରାଯାଉଛି । ଏଠାରେ ତିଆରି ହୋଇଥିବା ଭିଉ ପୋଏଣ୍ଟରୁ ଜଳ ପ୍ରପାତ ଖୁବ ରମଣୀୟ ଲାଗେ । ଏଠାରୁ ଜଳ ପ୍ରପାତର ଉପର ପଟୁ ଦୃଶ୍ୟ ଦେଖି ହୁଏ । ସେଠାରୁ ଡାହାଣ ପଟେ ଥିବା ପାହାଚ ଦ୍ଵାରା ଜଳପ୍ରପାତର ତଳକୁ ଯାଇହୁଏ । ସେଠାରୁ ଜଳପ୍ରପାତ ତଳୁ ଏହାର ଦୃଶ୍ୟ ଅତ୍ୟନ୍ତ ଅକର୍ଷନୀୟ ଅଟେ । ଏହି ଦୃଶ୍ୟ ଦେଖିବାକୁ ହେଲେ ପ୍ରାୟ 600 ପାହାଚ ଅଲହାଇବାକୁ ପଡେ ।         ଏଠାରେ ଥିବା ଜଳ ପ୍ରପାତ ଅତ୍ୟନ୍ତ ସୁନ୍ଦର ଅଟେ । ସ

କୋରାପୁଟ ର ନୂଆ ପର୍ଯ୍ୟଟନ ସ୍ଥଳୀ ,ପୁଞ୍ଜିସିଲ ଜଳ ପ୍ରପାତ

Image
କୋରାପୁଟ ର ପ୍ରକୃତିକ ସୌନ୍ଦର୍ଯ ଦେଶ ବିଦେଶ ର ପର୍ଯ୍ୟଟକ ଙ୍କୁ ସବୁବେଳେ ଅକୃଷ୍ଠ କରିଛି । ପର୍ଯ୍ୟଟନ ଦ୍ରୁଷ୍ଟି କୋଣ ରୁ ଏହା ଓଡିଶାର ଗୋଟିଏ ବିଶେଷ ଜିଲ୍ଲା ଅଟେ । ଏଠାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ  କେବଳ ଓଡିଶା ରେ କିମ୍ବା ଭାରତରେ ନୁହ ସାରା ପୃଥିବୀରେ ମଧ୍ୟ ପ୍ରସିଦ୍ଧ । ଯେହେତୁ ଏହା ପାହାଡ ପର୍ବତରେ ଘେରା ଏଣୁ ଏବେ ମଧ୍ୟ  ଏଠାରେ  କିଛି ରମଣୀୟ ସ୍ଥାନ ରହିଛି ଯାହା ଲୋକ ଲୋଚନକୁ  ଆସିପାରୁ ନାହି । ବର୍ତମାନ ସରକାରଙ୍କ ବିଭିର୍ଣ ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁଁ ଏଠାର  ଗମନା ଗମନ ଏବଂ ଯୋଗାଯୋଗ କ୍ଷେତ୍ରରେ ଉର୍ନତି ହେଲାଣି । ଏଣୁ ଏଠାର ବିଭିର୍ଣ ରମଣୀୟ ସ୍ଥାନ ଲୋକଲୋଚନ କୁ ଆସିବାରେ ଲାଗିଛି ଯାହା ବିଷୟରେ ଲୋକ ଜାଣି ପାରୁ ନଥିଲେ । ଏଭଳି ଏକ ରମଣୀୟ ପର୍ଯ୍ୟଟନ ସ୍ଥଳୀ ହେଉଛି ପୋଡଗଡ ଠାରୁ କିଛି ଦୂରରେ ଥିବା ପୁଞ୍ଜିସିଲ ଜଳ ପ୍ରପାତ । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜଙ୍ଗ ଗ୍ରାମ ପଞ୍ଚାଯତ ରେ ଏହା ଅବସ୍ଥିତ ।  ବର୍ତମାନ ଏହି ସ୍ଥାନ କୁ ସରକାରଙ୍କ ତରଫରୁ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦିଆଯାଇଛି । ଏହାର ଭିତ୍ତି ଭୂମିର ବିକାଶ ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯିବାକୁ ସରକାର  ସରକାରଙ୍କ ଦ୍ଵାରା କରାଯାଉଛି  ।   କୋରାପୁଟ ଠାରୁ ଏଠାର ଦୂରତା ପ୍ରାୟ 23 କିଲୋମିଟର । କୋରାପୁଟ ରୁ ଏଠାକୁ ଯିବାକୁ ହେଲେ ରାୟଗଡ଼ ରାସ୍ତା ରେ ଯିବାକୁ ପଡିବ । ରାୟଗଡ଼ ରାସ୍ତାରେ ପୋଡଗଡ ଠାରୁ

ଐତିହାସିକ ରହସ୍ୟପୂର୍ଣ ଆଧ୍ୟାତ୍ମିକ କ୍ଷେତ୍ର, କୋରାପୁଟର କୁଟୁଣି ପଦର

Image
            ପ୍ରାକୃତିକ  ପରିବେଶରେ ପରିପୂର୍ଣ କୋରାପୁଟରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । କୋରପୁଟ ସଦା ସର୍ବଦା ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିଛି । କିଏ ଏଠାକୁ ଏହାର ସୁନ୍ଦର ସବୁଜିମାକୁ ଦେଖି ଅକୃଷ୍ଟ ହୋଇଛି ତ, କିଏ ଏଠାର ସଂସ୍କୃତି ସମ୍ପର୍ଣ ଆଦିବାସୀ ମାନଙ୍କ ଜୀବନ ଶୈଳୀ ଦେଖିବାକୁ ଆସୁଛି । କିନ୍ତୁ ଏଠାରେ ଏଭଳି ଏକ ଐତିହାସିକ ସ୍ଥାନ  କିଛି ଦିନ ହେବ ଚର୍ଚାର ବିଷୟ ବସ୍ତୁ ପାଲଟିଛି, ଯାହା ଦୀର୍ଘ ଚାରି ପାଞ୍ଚ ଦଶକ ହେଲା ସମସ୍ତଙ୍କ ଦ୍ରୁଷ୍ଟି ଅଗୋଚରରେ ଥିଲା ।  ଆଜିକାଲି ସୋସିଆଲ ମିଡିଆ ଯୋଗୁଁ ତାହା ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି । ସେଠାକୁ ଯାଇଥିବା ଦର୍ଶକ ମାନଙ୍କୁ ରହସ୍ୟନ୍ମିତ କରୁଛି ସେଠାରେ ଥିବା ପ୍ରାଚୀନ ପ୍ରତିମୁର୍ତୀ  ଏବଂ ଅସଂଖ୍ୟ ଶିବଲିଙ୍ଗ ଗୁଡିକ ।    କୋରାପୁଟ ଠାରୁ ପ୍ରାୟ 51 କିଲୋମିଟର ଦୂରରେ ଏହି ଐତିହାସିକ ସ୍ଥାନ  ଅବସ୍ଥିତ । କୋରାପୁଟ ଠାରୁ ରାୟଗଡ଼ ଯିବା ରାସ୍ତାରେ କାକୀରିଗୁମ୍ମା ପରେ ଏକ ଛୋଟ ଗାଁ ପଡେ କୁସୁମଗୁଡା । ସେଠାରୁ ବାମପଟେ ଥିବା ଏକ ସଙ୍କୀର୍ଣ ରାସ୍ତାରେ ପ୍ରାୟ 4 କିଲୋମିଟର ଗଲେ ପଡେ କୁଟୁଣି ପଦର । ଏଠାରେ ରେଲ୍ଲି ସାମ୍ପ୍ରଦୟର ଲୋକ  ବସ କରନ୍ତି । ଏଠାର ଏକ ଛଟ ପାହାଡ ଉପରେ ଏକ ମନ୍ଦିର ଅଛି । ଏଠାରେ ପୂଜା ପାଆନ୍ତି ବାବା ମୁକ୍ତେଶ୍ଵର ଏବଂ ମା ସଙ୍କଟ ତାରିଣୀ । ଏଠାର ପରିପାର୍ଶ୍ଵିକ ପରିବେଶ ଅତ୍ୟନ୍ତ ରହସ୍ୟ ପୂର୍ଣ ।  ଏଠାରେ ଅନେକ ପୁ